ପୁରୀରେ ଅଭାବନୀୟ ଦୃଶ୍ୟ: ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଲେ ଗୋଟିଏ ପରିବାର: ଭିଡ଼ିଓ ଭାଇରାଲ

ପୁରୀ : ଶ୍ରୀକ୍ଷେତ୍ର ଧାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିଛନ୍ତି ଏକ ପରିବାର। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଵାରେ ଲାଗିଛି ।

ପୀଡିତା ଜଣକ ସତ୍ୟବାଦୀ ଥାନା ଅନ୍ତର୍ଗତ କାଦୁଆ ଗୋପବନ୍ଧୁ ଆଶ୍ରମ ନିକଟ ରାସ୍ତା କଡ଼ରେ ରହୁଥିବା ବଳଙ୍ଗା ଅଞ୍ଚଳର ରୂପାଲି ଗୋଛାୟତ ।

ସୂଚନାଯୋଗ୍ୟ ଯେ, ରାସ୍ତା ପାର୍ଶ୍ବରେ ଅସ୍ଥାୟୀ ଘର କରି ରୂପାଲି ତାଙ୍କ ସ୍ବାମୀ ପ୍ରଶାନ୍ତଙ୍କ ସହ ରହୁଛନ୍ତି । ଜଣେ ମଠ ମହନ୍ତ କିଛି ଜମି ତାଙ୍କୁ ଦାନ କରିଥିବା ବେଳେ ଦମ୍ପତ୍ତି ସେଠାରେ ଗୃହ ନିର୍ମାଣ କରିବା ପାଇଁ ଯୋଜନା କରୁଥିଲେ। କିନ୍ତୁ ସ୍ଥାନୀୟ ତଳପାଟଣା ଗ୍ରାମର ରଞ୍ଜିତ ନାୟକ, ତାଙ୍କ ପତ୍ନୀ ପଦ୍ମାବତୀ ନାୟକ ଓ ତାଙ୍କ ଦୁଇ ଝିଅ ମିଶି ଗତ ୨ ତାରିଖରେ ଏହି ଜମିକୁ ଅକ୍ତିଆର କରିବାକୁ ଉଦ୍ୟମ କରି ରୂପାଲିଙ୍କ ସହ ଝଗଡା କରି ତାଙ୍କୁ ଉଲଗ୍ନ କରି ମାଡ ମାରିଥିଲେ । ଏନେଇ ରୂପାଲି ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ମାମଲା ରୁଜୁ କରିନଥିଲା । ତେଣୁ ନ୍ୟାୟ ପାଇଁ ଏସପିଙ୍କ ପାଖରେ ଦ୍ବାରସ୍ଥ ହୋଇଥିଲେ ରୂପାଲି । ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଥାନା ଅଧିକାରୀ ଅଣଦେଖା କରିଥିବାରୁ ତାଙ୍କ ଉପରେ ଅତିରିକ୍ତ ଏସପି ବିଗିଡିଥିଲେ। ଘଟଣାରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅତିରିକ୍ତ ଏସପି ସତ୍ୟବାଦୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Related Posts