ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ; ଜାଣନ୍ତୁ କିପରି କରିବେ ଆବେଦନ

ସତ୍ୟପାଠ ବ୍ୟୁରୋ:  ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ନାମଲେଖା ପାଇଁ ଆଜିଠାରୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆଜି ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ରେ କମନ ଆପ୍ଲିକେଶନ ଫର୍ମ ଜରିଆରେ ଅନ୍‌ଲାଇନ୍‌ ଆବେଦନ କରିପାରିବେ ।

ତେବେ ଏଥର ଅନ୍‌ଲାଇନ୍‌ ଆବେଦନ କରିବା ପରେ ଆଉ ଛାତ୍ରଛାତ୍ରୀଙ୍କୁ ଫର୍ମର ହାର୍ଡକପି ଦାଖଲ କରିବାକୁ ପଡ଼ିବ ନାହିଁ । ସେପ୍ଟେମ୍ବର ୪ ତାରିଖ ଆବେଦନର ଶେଷ ତାରିଖ ରହିଥିବା ବେଳେ ସେପ୍ଟେମ୍ବର ୯ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ ।

Related Posts