ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଭର୍ଚୁଆଲ ବୈଠକ। ଋଷ ଓ ୟୁକ୍ରେନ ମଧ୍ୟରେ ଉଭୟ ଦେଶର ମୁଖିଆଙ୍କ ମଧ୍ୟରେ ବସିବାକୁ ଥିବା ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଋଷ ଓ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନ ଠୁ ଭାରତକୁ ନିଜ ସପକ୍ଷରେ ଟାଣିବା ପାଇଁ ଉଭୟ ଆମେରିକା ଓ ଋଷ ଅନେକ ଥୋପ ପକାଉଛନ୍ତି । ଏହା ସତ୍ତ୍ୱେ ଭାରତ ନିରପେକ୍ଷ ନୀତି ଅବଲମ୍ବନ କରିଛି । କାହାକୁ ସମର୍ଥନ ନ ଜଣାଇ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ନିଜ ମତ ରଖି ଆସୁଛି ।

ଏହି ବୈଠକରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ପରସ୍ପରର ହିତ ପାଇଁ ଦକ୍ଷିଣ ଏସିଆ, ଭାରତ- ପ୍ରଶାନ୍ତ କ୍ଷେତ୍ର ସହ ବୈଶ୍ୱିକ ପ୍ରସଙ୍ଗରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରିବେ। ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା କରିବେ।

ସୂଚନାଯୋଗ୍ୟ, ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଦୁଇ ମୁଖ୍ୟଙ୍କ ମଧ୍ୟରେ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରେ । ମିଳିତ ଜାତିସଂଘରେ ଭାରତ ଋଷର ବିରୋଧ ବାହାରୁ ନାହିଁ । ଏପରିକି ସମର୍ଥନ ମଧ୍ୟ କରୁନି । ଭାରତର ଏପରି ନୀତିକୁ ଆମେରିକା ନାପସନ୍ଦ କରିଛି। ଏପରି ସ୍ଥିତିରେ ଦୁଇ ଦେଶର ନେତା ଋଷ-ୟୁକ୍ରେନର ବର୍ତ୍ତମାନର ସ୍ଥିତି ଉପରେ ମଧ୍ୟ ଚର୍ଚ୍ଚା କରିପାରନ୍ତି। ତେବେ ରାଷ୍ଟ୍ରପତି ଜୋ ବାଇେଡନ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମଧ୍ୟରେ ଏହି ବୈଠକ ଭାରତ-ଆମେରିକା ଟୁ ପ୍ଲସ ଟୁ ମନ୍ତ୍ରିସ୍ତରୀୟ ପୂର୍ବରୁ ହେବ।

ସୂଚନାଯୋଗ୍ୟ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ନିଜ ଆମେରିକା ପ୍ରତିପକ୍ଷଙ୍କ ସହ ଟୁ ପ୍ଲସ ଟୁ ବୈଠକ ପାଇଁ ଆମେରିକା ଗସ୍ତରେ ଅଛନ୍ତି ।

ସେହିପରି ରୁଷଠୁ ଅଶୋଧିତ ତୈଳ ଭାରତ କିଣୁଥିବାରୁ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବା ସମ୍ଭାବନା ରହିଛି । ପୂର୍ବରୁ ଜାତିସଂଘ ମହାସଭାରେ ରୁଷ ବିରୋଧରେ ବିଭିନ୍ନ ପ୍ରସ୍ତାବରେ ଭୋଟ ବେଳେ ସାମିଲ ହୋଇ ନାହିଁ ଭାରତ । ତେଣୁ ରୁଷ ବିରୋଧରେ ମତ ଦେବାକୁ ଭାରତ ଉପରେ ଚାପ ପକାଇ ପାରନ୍ତି ଜୋ ବାଇଡେନ୍ ।