ବିସିସିଆଇ ସଂପାଦକ ଜୟ ଶାହାଙ୍କୁ ଆଇସିସିରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଂପାଦକ ଜୟ ଶାହାଙ୍କୁ ମିଳିଛି ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ।ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ପୁରୁଷ କ୍ରିକେଟ୍ କମିଟିରେ ମେମ୍ବର ବୋର୍ଡ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଛି।

ଏନେଇ ରବିବାର ଆଇସିସିର ତ୍ରୈମାସିକ ବୈଠକରେ ଏହାର ଘୋଷଣା କରାଯାଇଛି। ଅନ୍ୟପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ ରାଜାଙ୍କୁ ଝଟକା ଲାଗିଛି।

ପୁରୁଷ କ୍ରିକେଟ୍ କମିଟିରେ ସାମିଲ୍ ସଦସ୍ୟ

ମୋହେଲା ଜୟବର୍ଦ୍ଧନେ- ପୂର୍ବତନ ଖେଳାଳି ପ୍ରତିନିଧି(ପୁଣି ଥରେ ନିଯୁକ୍ତ)

ଗ୍ୟାରୀ ଷ୍ଟିଡ- ଜାତୀୟ ଦଳର କୋଚ୍ ପ୍ରତିନିଧି

ଜୟ ଶାହ- ମେମ୍ବର ବୋର୍ଡ ପ୍ରତିନିଧି

ଜୋଏଲ ଓ୍ଵିଲସନ- ଆଇସିସି ଏଲିଟ୍ ପ୍ୟାନେଲ ଅମ୍ପାୟର

ଜେମି କକ୍ସ- ଏମସିସି ପ୍ରତିନିଧି

ଉଲ୍ଲେଖନୀୟ ଘଟଣାକ୍ରମରେ ବିସିସିଆଇ ସଚିବ ଜୟ ଶାହଙ୍କୁ ଆଇସିସି କ୍ରିକେଟ୍ କମିଟିରେ ସାମିଲ୍ କରାଯାଇଛି। ରବିବାର ଦୁବାଇରେ ସଂପନ୍ନ ଦୁଇ ଦିନିଆ ବୋର୍ଡ ବୈଠକ ଭାରତୀୟ କ୍ରିକେଟ୍ ବୋର୍ଡ(ବିସିସିଆଇ) ପାଇଁ ଭଲ ରହିଛି, କାରଣ ଭାରତକୁ ନିଜର ଯୋଜନା ପ୍ରସ୍ତୁତ କରିବା ପାଇଁ ପର୍ଯ୍ୟାପ୍ତ ସମୟ ମିଳିବ।

ରମିଜ ରାଜାଙ୍କ ପ୍ରସ୍ତାବ ଖାରଜ

ପିସିବି ଚେୟାରମ୍ୟାନ ରମିଜ ରାଜାଙ୍କ ଦ୍ଵାରା ଚାରି ଦେଶ ଭାରତ, ପାକିସ୍ତାନ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟୁର୍ଣ୍ଣାମେଣ୍ଟ କରାଇବା ନେଇ ପ୍ରସ୍ତାବକୁ ଆଇସିସି ସର୍ବସମ୍ମତିକ୍ରମେ ଖାରଜ କରିଛନ୍ତି। ରାଜା ଏହି ଚାରି ଦେଶର ବାର୍ଷିକ ଟି-୨୦ କିମ୍ବା ଦିନିକିଆ ଟୁର୍ଣ୍ଣାମେଣ୍ଟ ପାଇଁ ଶ୍ଵେତ ପତ୍ର ପ୍ରସ୍ତୁତ କରିଥିଲେ। ତାଙ୍କ ମତରେ ଏଥିରେ ବୋର୍ଡଗୁଡିକୁ ପାଞ୍ଚ ବର୍ଷରେ ୭୫୦ କୋଟି ଡଲାର ରାଜସ୍ଵ ମିଳି ପାରିବ। ଏହାର ବଡ ଭାଗ ଏହି ଚାରି ଦେଶକୁ ଦିଆଯାଇ ପାରିବ। କିନ୍ତୁ ତାଙ୍କର ଏହି ପ୍ରସ୍ତାବ ଖାରଜ ହୋଇଛି ।

Related Posts