ଆଜି ଜାତୀୟ ହସ୍ତତନ୍ତ ଦିବସ; ଏସପ୍ଲାନେଡ ମଲ୍ ରେ ନାବାର୍ଡ ପକ୍ଷରୁ ଆରମ୍ଭ ହେଲା ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଜାତୀୟ ହସ୍ତତନ୍ତ ଦିବସ । ଏହି ଅବସରରେ ଭୁବନେଶ୍ୱର ଏସପ୍ଲାନେଡ ମଲ୍ ରେ ନାବାର୍ଡ ପକ୍ଷରୁ ସପ୍ତାହ ବ୍ୟାପୀ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ସପ୍ତାହ ସାରା ରାଜଧାନୀବାସୀ ଏଠାରୁ ହସ୍ତତନ୍ତ ସାମଗ୍ରୀ ରିହାତି ଦରରେ କିଣାକିଣି କରି ପାରିବେ ।ବୁଣାକାର ମାନଙ୍କୁ ନାବାର୍ଡ ପକ୍ଷରୁ କିଭଳି ଋଣ ଯୋଗାଇଦେବା ସହ ହସ୍ତତନ୍ତ କ୍ଷେତ୍ରରେ ମାଗଣା ଟ୍ରେନିଂ ଦିଆଯାଇ ତାଙ୍କର ଦକ୍ଷତା ବିକାଶ କରାଯାଇ ପାରିବ ସେନେଇ ଯୋଜନା ପ୍ରସ୍ତୁତ କରିଛି ନାବାର୍ଡ ।

ଖୁବ୍ ଶୀଘ୍ର ସୁଭଦ୍ରା ଯୋଜନା ମାଧ୍ୟମରେ ଅନେକ ବୁଣାକାର ମାନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ନାବାର୍ଡ ସିଜିଏମ୍ ସୂଚନା ଦେଇଛନ୍ତି । ସେପଟେ ରାଜ୍ୟର ସମସ୍ତ ବୁଣାକାର ଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ବୁଣାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ପାଇଁ ମାର୍କେଟର ବ୍ୟାପକ ବୃଦ୍ଧି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ରୀତା ସାହୁ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶାସନ ସଚିବ ପ୍ରଦୀପ ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Related Posts