ଆଜି ରଙ୍ଗର ପର୍ବ ହୋଲି

ଆଜି ରଙ୍ଗର ପର୍ବ ହୋଲି । ସାରା ଓଡିଶାରେ ଆଜି ହୋଲି ଉତ୍ସବ ପାଳନ ହେଉଛି । ରଙ୍ଗର ପର୍ବକୁ ନେଇ ପଲ୍ଲିରୁ ସହର ସବୁଠି ଉତ୍ସବ ମୁଖର । ପରଷ୍ପର କୁ ରଙ୍ଗ ଲଗାଇ ସମସ୍ତେ ହୋଲି ପର୍ବ କୁ ବହୁ ଧୁମ୍ ଧାମ ରେ ପାଳନ କରୁଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ କଟକଣା ଭିତରେ ପାଳନ ହେବ ହୋଲି । ଓଡିଶାରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବାକୁ ଲୋକଙ୍କୁ ବାରଣ କରାଯାଇଛି । କେବଳ ପରିବାର ଭିତରେ ହୋଲି ଖେଳିବାକୁ ଅନୁମତି ରହିଛି ।

ତେବେ ନିଜ ପ୍ରିୟଜନ ଓ ସାଙ୍ଗସାଥୀଙ୍କ ସହ ସମସ୍ତେ ଏହି ରଙ୍ଗର ପର୍ବ ପାଳନ କରୁଛନ୍ତି । ବର୍ଷକରେ ଥରେ ଆସିଛି ହୋଲି , ନେଇ ଆସିଛି ଅସୁମାରି ଖୁସି । ଟ୍ବିନ ସିଟିରେ ମଧ୍ୟ ପାଳନ ହେଉଛି ରଙ୍ଗର ଉତ୍ସବ। ହୋଲିର ରଙ୍ଗରେ ପିଲାଠୁ ବୟସ୍କ ସମସ୍ତେ ହେଲେ ମସଗୁଲ୍ । ହୋଲି ପାଇଁ ଯୁବପୀଢୀ ଆଜି ବିଶେଷ ଭାବେ ଉତ୍ସାହିତ । ରଙ୍ଗ ମାଧ୍ୟମରେ ପରସ୍ପରକୁ ଭଲ ପାଇବା ଓ ସମ୍ପର୍କକୁ ଅଧିକ ମଧୁର କରିବାର ଅବସରକୁ କେହି ହାତଛଡା କରିନାହାନ୍ତି । ସବୁ ଧର୍ମର ଲୋକେ ଏହି ପର୍ବରେ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହ ରଙ୍ଗ ଉତ୍ସବ ମନାଇଛନ୍ତି । ହୋଲିର ରଙ୍ଗରେ ସାରା ରାଜ୍ୟ ରଙ୍ଗୀନ ହୋଇଛି । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଓ ଶୁଭକାମନା ବାଣ୍ଟୁଛନ୍ତି ଲୋକେ। ଫଗୁଣର ଫଗୁରେ ଭିଜୁଛନ୍ତି । ନାଚ ଗୀତରେ ମଜିଛନ୍ତି, ରଙ୍ଗରେ ଭିଜୁଛନ୍ତି । କେଉଁଠି ଡିଜେର ତାଳେ ତାଳେ ନାଚ ଜମିଛି ତ ଆଉ କେଉଁଠି ଅବିର ବର୍ଷା । ଛୋଟ ପିଲାମାନେ ଭଳିକି ଭଳି ଫଗୁ ସହ ପିଚକାରୀ,ଟୋପି, ମାସ୍କ ଲଗାଇ ହୋଲି ଖେଳୁଛନ୍ତି । କେଉଁଠି ହରବାଲ ଅବିରରେ ହୋଲି ଖେଳାଯାଇଛି ତ କେଉଁଠି ବଡମାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ସାନ ମାନେ । ଶାନ୍ତି ପ୍ରୀତି ମୈତି ସଦଭାବନାର ବାର୍ତ୍ତା ନେଇ ଆସିଛି ହୋଲି

ସେପଟେ ଦୋଳ ପୂର୍ଣ୍ଣିମାରୁ ଉତ୍ତର ଭାରତରେ ହୋଲି ଉତ୍ସବ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଓଡିଶାରେ ହୋଲି ପାଳନ କରାଯିବ । ହୋଲିରେ ରାସାୟନିକ ରଙ୍ଗ ବଦଳରେ ହର୍ବାଲ ହୋଲି ଖେଳି ନିଜକୁ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।

ସେପଟେ ଗତ ଦୁଇ ବର୍ଷ ଧରି ଫିକା ପଡ଼ିଥିବା ହୋଲି ଉତ୍ସବ କିନ୍ତୁ ଚଳିତ ବର୍ଷ ସେତେ କଟକଣା ନାହିଁ । ଫଳରେ ଭୁବନେଶ୍ୱରର ବିଭିନ୍ନ ରଙ୍ଗ ଦୋକାନରେ ରଙ୍ଗ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।

Related Posts