ଦିଲ୍ଲୀ ବାହାଦୁର ସେତୁ ଉପରେ କାର- ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, 4 ଗୁରୁତର

ସମଗ୍ର ଦେଶରେ ହୋଲି ଉତ୍ସବ ବହୁ ଧୁମ୍ ଧାମରେ ପାଳନ କରାଯାଉଥିବା ବେଳେ, ଦିଲ୍ଲୀରୁ ଆସିଛି ଏକ ଦୁଃଖଦ ଖବର । ଦିଲ୍ଲୀ ବାହାଦୁର ସେତୁ ଉପରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । କାର- ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଗୁରୁତର ଆହତ ହୋଇଛନ୍ତି ।

ସୂଚନାନୁସାରେ, ଶୁକ୍ରବାର ରାତିରେ ବାହାଦୁର ସେତୁ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା । ଏକ କାର୍ ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲେ । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଓ ପୋଲିସ ମିଳିତ ଭାବେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ମୃତକ ଙ୍କ ପରିଚୟ ମିଳିପାରିନାହିଁ ।

Related Posts