ଆଜି ଭାରତ-ନ୍ୟୁଜିଲାଣ୍ଡ ଶେଷ ଦିନିକିଆ; ମ୍ୟାଚ୍ ଜିତି ସିରିଜ୍‌ କ୍ଲିନ୍‌ ସ୍ୱିପ୍‌ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ଆଜି ଭାରତ-ନ୍ୟୁଜିଲାଣ୍ଡ ସିରିଜ୍‌ ର ଶେଷ ଦିନିକିଆ ମ୍ୟାଚ୍‌ । ଏହି ମ୍ୟାଚ୍ କୁ ଜିତି ସିରିଜ୍‌ କ୍ଲିନ୍‌ ସ୍ୱିପ୍‌ ଲକ୍ଷ୍ୟ ରହିଛି ରୋହିତ ବାହିନୀ । ପୂର୍ବରୁ ଭାରତ ପ୍ରଥମ ୨ଟି ମ୍ୟାଚ୍‌ ଜିତି ୨-୦ରେ ସିରିଜ୍‌ ଜିତିସାରିଛି । ମଙ୍ଗଳବାର ବିଜୟ ହାସଲ କଲେ ଭାରତ ଦିନିକିଆ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଫେରିପାଇବ । ତେବେ ଆଜିର ମ୍ୟାଚ୍ ରେ ନ୍ୟୁଜିଲାଣ୍ଡ ଦଳ କେବଳ ସମ୍ମାନ ଫେରିପାଇବାକୁ ପ୍ରୟାସ କରିବ । ପରାଜିତ ହେଲେ ଦିନିକିଆରେ ଶୀର୍ଷ ମାନ୍ୟତା ମଧ୍ୟ ହରାଇ ବସିବ ଦଳ ।

ତେବେ ଜାନୁଆରୀ ୧୮ରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ୧୨ ରନ୍‌ରେ ଜିତିଥିଲା ଟିମ୍‌ ଇଣ୍ଡିଆ । ଏହାପରେ ୨ୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ଭାରତ ୮ ଓ୍ୱିକେଟ୍‌ରେ ପରାସ୍ତ କରିଛି । ମଙ୍ଗଳବାର ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍‌ ମଧ୍ୟପ୍ରଦେଶର ଇନ୍ଦୋର ହୋଲ୍‌କୋର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ମ୍ୟାଚ୍‌ ।

ତେବେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଏକାଦଶରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ । ବ୍ୟାଟିଂ ବିଭାଗରେ ଅପରିବର୍ତ୍ତିତ ରହିପାରେ । ମହମ୍ମଦ ସିରାଜ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ ଦେଇ ଉମ୍ରାନ ମଲିକ ଓ ସାହବାଜ ଅହମ୍ମଦଙ୍କୁ ସୁଯୋଗ ମିଳିପାରେ । ଆଗକୁ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ରହିଛି । ତେଣୁ ଉଭୟ ପେସ୍‌ ବୋଲରଙ୍କୁ ଉପଯୁକ୍ତ ବିଶ୍ରାମ ମିଳିପାରିବ । ସେହିପରି କୁଲଦୀପ ଯାଦବଙ୍କୁ ବିଶ୍ରାମ ଦେଇ ୟୁଝବେନ୍ଦ୍ର ଚହଲଙ୍କୁ ଖେଳାଯାଇପାରେ ।

Related Posts