ହକି ବିଶ୍ୱକପ୍‌ ୨୦୨୩: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ଓ ରାଉରକେଲାରେ ଚାଲିଥିବା ପୁରୁଷ ହକି ବିଶ୍ବକପରେ କ୍ବାର୍ଟର ଫାଇନାଲ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ଆଜିଠାରୁ ଆରମ୍ଭ ହେବ କ୍ବାର୍ଟର ଫାଇନାଲ୍ ମୁକାବିଲା।

ତେବେ ସୋମବାର ଖେଳାଯାଇଥିବା ୨ଟି କ୍ରସ୍ ଓଭର୍ ମ୍ୟାଚ୍ ରେ ଜର୍ମାନୀ ଓ କୋରିଆ ବିଜୟୀ ହୋଇ କ୍ବାର୍ଟର ଫାଇନାଲ୍ ଟିକେଟ୍ ପକ୍କା କରିଛନ୍ତି ।ଜର୍ମାନୀ ଫ୍ରାନସକୁ ୫-୧ ଗୋଲ୍ ରେ ପରାସ୍ତ କରିଥିବା ବେଳେ, କୋରିଆ ଆର୍ଜେଣ୍ଟିନାକୁ ୩-୨ ପେନାଲଟି ସୁଟ୍ ରେ ହରାଇଥିଲା। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଓ ସ୍ପେନ୍ କ୍ରସ୍ ଓଭର୍ ମ୍ୟାଚ୍ ରେ ବିଜୟୀ ହୋଇ କ୍ବାର୍ଟର ଫାଇନାଲକୁ ଯାଇଥିଲେ ।

ପୂର୍ବରୁ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ଇଂଲଣ୍ଡ ସିଧାସଳଖ ଗ୍ରୁପ ପର୍ଯ୍ୟାୟରୁ କ୍ବାର୍ଟର ଫାଇନାଲରେ ପହଞ୍ଚି ସାରିଛନ୍ତି । ଆଜି ଓ ଆସନ୍ତାକାଲି କ୍ଵାର୍ଟର ଫାଇନାଲର ସମସ୍ତ ୪ଟି ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଆଜି ଅପରାହ୍ନ ସାଢ଼େ ୪ଟାରେ ଅଷ୍ଟ୍ରେଲିଆ-ସ୍ପେନ୍ , ସନ୍ଧ୍ୟା ୭ ଟାରେ ମୁହାଁମୁହିଁ ହେବେ ବେଲଜିୟମ-ନ୍ୟୁଜିଲାଣ୍ଡ। ସେହିପରି ୨୫ ତାରିଖରେ ଅପରାହ୍ନ ସାଢ଼େ ୪ଟାରେ ମୁହାଁମୁହିଁ ହେବେ । ଏହାପରେ ଇଂଲଣ୍ଡ-ଜର୍ମାନୀ ଏବଂ ସନ୍ଧ୍ୟା ୭ ଟାରେ ମୁହାଁମୁହିଁ ହେବେ ନେଦରଲାଣ୍ଡସ-କୋରିଆ।

Related Posts