ଆଜି ବିଶ୍ବ ପ୍ରେସ ସ୍ବାଧିନତା ଦିବସ

ନୂଆଦିଲ୍ଲୀ : ଆଜିକା ସମୟରେ ଗଣମାଧ୍ୟମର ଭୂମିକା ବେଶ ଅଧିକ | ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଆଜି ଅବହଳିତ ହୋଇପଡିଛି | ଗଣମାଧ୍ୟମ ଆମର ଗଣତାନ୍ତ୍ରିକ ମୂଳଦୁଆକୁ ମଝବୁତ କରିଛି ମାତ୍ର କଳୁଷିତ ସମାଜରେ ନିର୍ଭୟ କଲମ ମୁନରେ ନିଷ୍ଠାପରତାର ଗାଥା ଲେଖି ବାରମ୍ବାର ଆକ୍ରମଣର ଶିକାର ହୋଇଛି ସାମ୍ବାଦିକ ।

ନିଜର କର୍ତବ୍ୟ ଆଗରେ ଆଜି ତାକୁ ବିକ୍ରି ହେବାକୁ ପଡୁଛି ତ ଆଉ କେତେବେଳେ, ଆକ୍ରୋଶର ଶିକାର ହେବାକୁ ପଡୁଛି | ତେବେ କିନ୍ତୁ ଆଜିକା ସମୟରେ ବି ସ୍ୱାଧୀନତାର ସହ ମୁଣ୍ଡ ଟେକି ଛିଡା ହୋଇଛି ସମ୍ବଧିକ |

ତେବେ ଆଜି ଏହି ଗଣମାଧ୍ୟମର ସ୍ବାଧିନତା ପାଇଁ ଦିନଟିଏ ଅର୍ଥାତ ବିଶ୍ବ ପ୍ରେସ ସ୍ବାଧିନତା ଦିବସ । ପ୍ରତି ବର୍ଷ ମେ 3 ତାରିଖକୁ ବିଶ୍ବ ପ୍ରେସ ସ୍ବାଧିନତା ଦିବସ ଭାବେ ପାଳନ କରାଯାଏ ।

ପ୍ରଗତିଶୀଳ ବିଶ୍ବର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ତଥା ବୈଜ୍ଞାନିକ ସ୍ଥିତି ସମ୍ପର୍କରେ ଜ୍ଞାତ ପାଇଁ ଗଣମାଧ୍ୟମ ହିଁ ସର୍ବଶ୍ରେଷ୍ଠ । ତାହାର ଗୁରୁତ୍ବ ବୃଦ୍ଧି ହୋଇଥାଏ ସାମ୍ବାଦିକଙ୍କ ନିଷ୍ଠା, ପ୍ରଚେଷ୍ଠା, ନିର୍ଭୀକତା, ନିରପେକ୍ଷତା ଓ ନ୍ୟାୟ ପନ୍ଥା ଦ୍ବାରା । ହେଲେ ଏବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଖଣ୍ଡାର ତୀକ୍ଷ୍ମ ଧାରରେ ପରିଚାଳିତ ହେଉଛି । ସତ୍ୟତାର ପରିବେଷଣ ବେଳେ ହିଂସା, ବର୍ବରୋଚିତ କାଣ୍ଡରେ ନିଷ୍ପେଷିତର ଶିକାର ହେବାକୁ ପଡୁଛି । ବାରମ୍ବାର ଚତୁର୍ଥସ୍ତମ୍ଭର ସ୍ବାଧିନତା ଉପରେ ଆକ୍ରମଣ ହେଉଛି । ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଅନେକ ନିୟମ ପ୍ରଣୟନ ହୋଇଥିଲେ ମଧ୍ୟ ଆଜି ମଧ୍ୟ ମୂଳ ସ୍ବାଧିନତା ବାଟକୁ ଚାହିଁ ବସିଛି ।

ଜାତିସଂଘ ସାଧାରଣ ସଭା 1993 ମସିହାରେ ଆଜିର ଦିନକୁ ପ୍ରେସ ସ୍ବାଧିନତା ଦିବସ ଭାବେ ଘୋଷଣା କରିଥିଲା । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ଜର୍ନାଲିଜମ ଅଣ୍ଡର ଡିଜିଟାଲ ସିଜ’ । ଗଣତନ୍ତ୍ରର ମୂଲ୍ୟବୋଧକୁ ରକ୍ଷା କରିବାରେ ଗଣମାଧ୍ୟମ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରେ ।

Related Posts