ଆଜି ଶ୍ରୀବିଗ୍ରହଙ୍କ ପଇତା ଲାଗି: ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ସର୍ବ ସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀବିଗ୍ରହଙ୍କ ଅନୁଷ୍ଠିତ ହେବ ପଇତା ଲାଗି । ଶ୍ରୀଜିଉଙ୍କ ଏହା ଏକ ଗୁପ୍ତ ନୀତି । ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

ତେବେ ଏହି ପଇତାଲାଗି ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୯ଟା ଯାଏ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ଏହି ସୂଚନା ଦେଇଛି । ଅପରାହ୍ନରେ ଦ୍ବିତୀୟ ଭୋଗ ମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ପଇତାଲାଗି ନୀତି ସମ୍ପନ୍ନ ହେବ । ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି ସମ୍ପନ୍ନ ହୋଇଥାଏ ।

୧୯ ତାରିଖ ତଥା ଶନିବାର ମାର୍ଗଶିର-କୃଷ୍ଣ ଦଶମୀ ତିଥି ପଡ଼ୁଥିବା ବେଳେ, ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନ‌ା ଦିଆଯାଇଛି।

ଦୀର୍ଘ ୪ ଘଣ୍ଟା ପାଇଁ ଶ୍ରୀବିଗ୍ରହଙ୍କ ଦର୍ଶନ ରୁ ବଞ୍ଚିତ ରହିବେ ଭକ୍ତ ।

Related Posts