ଆଜି ରାଜ୍ୟ କ୍ୟାବିନେଟ୍: ବୈଠକରେ ୧୨ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଆଜି ସକାଳ ୧୦ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ ।

ତେବେ ରାଜ୍ୟ କ୍ୟାବିନେଟ୍ ର ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ ।

ତେବେ ବିଧାନସଭା ଚାଲିଥିବାରୁ କ୍ୟାବିନେଟ୍ ବୈଠକ ଏଜେଣ୍ଡାକୁ ଗୁପ୍ତ ରଖାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ସାଧାରଣ ପ୍ରଶାସନ ବିଭାଗର କ୍ୟାଡର ପୁନର୍ଗଠନ ଉପରେ କ୍ୟାବିନେଟ୍ ମୋହର ମାରିପାରେ। ସେହିପରି ଜଳ ସମ୍ପଦ, କୃଷି, ପଞ୍ଚାୟତିରାଜ ଏବଂ ସ୍ବାସ୍ଥ୍ୟ ବିଭାଗର କିଛି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିପାରେ ବୋଲି ଜଣାପଡିଛି ।

Related Posts