ଏକାଠି ହେଲେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀ: ଘୋଷଣା କଲେ ଫିଲ୍ମର ନାଁ ଓ ରିଲିଜ୍ ତାରିଖ, ଜାଣନ୍ତୁ ତାଙ୍କ ଆଗାମୀ ଫିଲ୍ମ ବିଷୟରେ

ମୁମ୍ବାଇ: ଏକାଠି ମିଳିମିଶି କାମ କରିବେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ରାଜକୁମାର ହିରାନୀ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ କରିବେ ଶାହରୁଖ। ଏନେଇ ଫିଲ୍ମର ନାଁ ଘୋଷଣା କରିଛନ୍ତି। ତା’ସହିତ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଫିଲ୍ମର ନାଁ ରହିଛି ‘ଡଙ୍କି’। ଆଉ ଏହା ଆସନ୍ତାବର୍ଷ ଡିସେମ୍ବର ୨୨ ତାରିଖରେ ରିଲିଜ୍ ହେବ।

ଉଭୟ ଶାହାରୁଖ ଓ ରାଜକୁମାର ହିରାନୀ ଏକ ଭିଡିଓ ଜରିଆରେ ସେମାନଙ୍କର ଏହି ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଛନ୍ତି। ହିରାନୀଙ୍କ ଫିଲ୍ମ ଗୁଡ଼ିକ ଯେମିତି ଭିନ୍ନ ହୋଇଥାଏ ଠିକ୍ ସେହିପରି ‘ଡଙ୍କି’ ଫିଲ୍ମର ଘୋଷଣା କରିବା ପାଇଁ ଯେଉଁ ଭିଡିଓଟି ପ୍ରସ୍ତୁତ କରାଯାଇଛି, ତାହା ବି ବେଶ୍ ନିଆରା ହୋଇଛି।

ଏହି ଭିଡିଓରେ ଉଭୟ ଶାହରୁଖ ଓ ହିରାନୀ ଅଛନ୍ତି।

ଉଭୟ ଶାହରୁଖ ଓ ହିରାନୀ କହିଛନ୍ତି ଯେ ସେମାନେ ପରସ୍ପର ସହିତ ଦୀର୍ଘ ବର୍ଷ ହେଲା କାମ କରିବାକୁ ଚାହୁଁଥିଲେ। କିନ୍ତୁ କଥା ଆଗେଇ ପାରୁ ନଥିଲା। ଯାହା ହେଉ ଶେଷରେ ‘ଡଙ୍କି’ ଜରିଆରେ ଏହି ଦୀର୍ଘ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ‘ଡଙ୍କି’ରେ ସିନେପ୍ରେମୀ ଆଉ ଏକ ନୂଆ ଯୋଡ଼ିଙ୍କୁ ଦେଖିବାକୁ ପାଇବେ। ସେମାନେ ହେଲେ ଶାହରୁଖ ଓ ତାପସୀ ପନ୍ନୁ। ‘ଡଙ୍କି’ ମାଧ୍ୟମରେ ପ୍ରଥମ ଥର ଶାହରୁଖଙ୍କ ସହିତ ସ୍କ୍ରିନ୍ ଶେଆର କରିବାକୁ ଯାଉଥିବାରୁ ଖୁବ ଖୁସି ଓ ଉତ୍ସାହିତ ଅଛନ୍ତି ତାପସୀ।

Related Posts