ଟୋକିଓ ଅଲିମ୍ପିକ୍ସ : ମହିଳା ହକି ସେମିଫାଇନାଲରେ ଜିତିଲା ଆର୍ଜେଣ୍ଟିନା , ବ୍ରୋଞ୍ଜ ପାଇଁ ଲଢିବ ଭାରତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କଡା ଟକ୍କର ଭିତରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ସେମି ଫାଇନାଲରେ ୨-୧ରେ ପରାଜୟ ବରଣ କରିଛି । ଭାରତୀୟ ଟିମ ପ୍ରଥମ ଗୋଲ ବିପକ୍ଷ ଆର୍ଜେଣ୍ଟିନାକୁ ଦେବା ସ୍ୱତେ ମଧ୍ୟ ମ୍ୟାଚରେ ପରାଜୟ ସ୍ୱୀକାର କରିବାକୁ ପଡ଼ିଛି। 

ଦୁଇ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ଆରମ୍ଭର ପ୍ରଥମ ଦୁଇ ମିନିଟରେ ଭାରତୀୟ ଖେଳାଳିମାନେ ଆର୍ଜେଣ୍ଟିନାକୁ ପ୍ରଥମ ଗୋଲ ଦେଇଥିବା ବେଳେ ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ପକ୍ଷରୁ ଭାରତକୁ ଗୋଲ ଦେଇଥିଲେ ନୋଏଲ ମାରିଆ ।

 ମ୍ୟାଚ୍ ବରାବର ଥିଲା। ଏବଂ ତୃତୀୟ ଗୋଲ ମଧ୍ୟ ଆର୍ଜେଣ୍ଟିନା ଭାରତକୁ ଦେଇଥିଲା  । ଫଳରେ ଆର୍ଜେଣ୍ଟିନା ୩-୧ରେ ଆଗୁଆ ରହିଥିଲା । ଭାରତୀୟ ଟିମ ଜୋରଦାର ଲଢେଇ କରିବା ସ୍ୱତେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା  । ତଥାପି ବି ଭାରତ ପାଖରେ ପଦକ ପାଇଁ ଆଉ ଗୋଟିଏ ସୁଯୋଗ ରହିଛି । 

ଆଗାମୀ ୬ ତାରିଖରେ ବ୍ରୋଞ୍ଜ ପଦକ ପାଇଁ ଗ୍ରେଟ ବ୍ରିଟେନ୍‌ ସହ ଭାରତର ମୁକାବିଲା ହେବାକୁ ଯାଉଛି। ଏପଟେ ଫାଇନାଲରେ ନେଦରଲ୍ୟାଣ୍ଡକୁ ଭେଟିବ ଆର୍ଜେଣ୍ଟିନା । ପୂର୍ବରୁ ସେମିଫାଇନାଲରେ ଗ୍ରେଟ୍ ବ୍ରିଟେନ୍‌କୁ ୫-୧ ଗୋଲରେ ହରାଇ ନେଦରଲ୍ୟାଣ୍ଡ ଫାଇନାଲରେ ପହଞ୍ଚି ସାରିଛି ।

ସୂଚନା ଥାଉକି ଭାରତୀୟ ମହିଳା ହକି ଦଳ ଚଳିତ ଅଲିମ୍ପିକ୍ସରେ  ପ୍ରଥମ ଥର ପାଇଁ ସେମି ଫାଇନାଲକୁ ପ୍ରବେଶ କରିବା ସହ ଇତିହାସ ରଚିବାରେ ସକ୍ଷମ ହୋଇଛି  ।

Related Posts