
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କରୋନା ପରେ ବର୍ତ୍ତମାନ ସାରା ରାଜ୍ୟରେ ଟମାଟୋ ଫୁଲ ଚିନ୍ତା ବଢ଼ାଇଛି । ଏହା ମଧ୍ୟରେ ଟମାଟୋ ଫୁଲକୁ ନେଇ ବରିଷ୍ଠ ଚିକିତ୍ସକ ଡାକ୍ତର ନିରଜ ମିଶ୍ର ବଡ଼ ବୟାନ ଦେଇଛନ୍ତି । ତେବେ ଟମାଟୋ ଫ୍ଲୁ ବୋଲି କୁହାଯାଉଥିବା ରୋଗଟିକୁ ପ୍ରକୃତରେ ହାଣ୍ଡ ଫୁଟ୍ ଆଣ୍ଡ ମାଉଥ ରୋଗ ବୋଲି କୁହାଯାଏ। ସାଧାରଣତଃ ୫ ବର୍ଷରୁ କମ୍ ଶିଶୁମାନଙ୍କ ପାଖରେ ଏ ରୋଗ ଦେଖିବାକୁ ମିଳେ। ଏହା ଏକ ସଂକ୍ରମିତ ରୋଗ। ରୋଗୀର ସଂସ୍ପର୍ଶରେ ଆସିଲେ ରୋଗ ଟି ବ୍ୟାପିଥାଏ।
କରୋନା ଭଳି ଏହି ରୋଗ ମାରାତ୍ମକ ନୁହେଁ କେବଳ ୧୦ ଦିନରେ ହିଁ ରୋଗ ଭଲ ହେଉଛି।କ୍ବଚିତ୍ ଘଟଣାରେ ରୋଗୀକୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼େ। ଏହି ରୋଗ ୩ ଟି ଭାଇରସ ଦ୍ବାରା ବ୍ୟାପିଥାଏ। ଏଗୁଡ଼ିକ ହେଲା କୋକସାକି ଭାଇରସ ଏ ୧୬, କୋକସାକି ଭାଇରସ ଏ ୬,ଏଣ୍ଟେରୋ ଭାଇରସ ୭୧ (ଇଭି-ଏ ୭୧) ଦ୍ଵାରା ରୋଗ ଟି ହୋଇଥାଏ। ଇଭି-ଏ ୭୧ ଦ୍ଵାରା ହେଉଥିବା ସଂକ୍ରମଣରେ ରୋଗୀର ହାର୍ଟ ଓ ବ୍ରେନକୁ ପ୍ରଭାବ ପଡ଼ିଥାଏ। ବୋଲି କହିଛନ୍ତି ।