
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ଜାରି କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପୂର୍ବରୁ କଂଗ୍ରେସ ନିଜର ୪୦ ଜଣିଆ ପ୍ରଚାରକଙ୍କ ତାଲିକା ଜାରି କରିସାରିଛି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି ମଧ୍ୟ ନିଜର ୪୦ ଜଣିଆ ପ୍ରଚାରକ ତାଲିକା ଜାରି କରିଛନ୍ତି। ବିଜେପି ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ପାଇଁ ୫ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଅବତୀର୍ଣ୍ଣ କରିଛି। ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ଜୁଏଲ ଓରାମ, ପୀୟୁଷ ଗୋୟଲ, ପ୍ରହଲ୍ଲାଦ ଯୋଶୀ ପ୍ରଚାର କରିବେ।
ସେହିପରି ବିଜେପି ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତି, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ବୈଜୟନ୍ତ ପଣ୍ଡା, ବିଜୟପାଳ ସିଂହ ତୋମର, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ, ସମ୍ବିତ ପାତ୍ର, ବ୍ରଜମୋହନ ଅଗ୍ରଓ୍ଵାଲ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ଜୟନାରାୟଣ ମିଶ୍ର, ବିଷ୍ଣୁଚରଣ ମିଶ୍ର, ସୁରମା ପାଢ଼ୀ, ମୋହନ ଚରଣ ମାଝୀ, ଏମ୍ଏ ଖାରବେଳ ସ୍ୱାଇଁ, ରବିନାରାୟଣ ନାଏକ, ପ୍ରଦୀପ ପୁରୋହିତ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ମୁକେଶ ମହାଲିଙ୍ଗ, ରଂଜନ ପଟେଲ, ମାନସ କୁମାର ମହାନ୍ତି, ପିଙ୍କି ପ୍ରଧାନ, ଶ୍ରୀତମ ଦାସ, ଅନୁ ଚୌଧୁରୀ ଓ ହରିହର ମହାପାତ୍ର । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।