ସେନାର ସାହସକୁ ସଲାମ, ପର୍ଯ୍ୟଟକଙ୍କ ପାଇଁ ଦେବଦୂତ ପାଲଟିଲେ ଯବାନ

ସିକ୍କିମ୍‌ରେ ପର୍ଯ୍ୟଟକଙ୍କ ପାଇଁ ସେନା ପାଲଟିଲେ ଦେବଦୂତ । ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ପାଲଟିଲା ବରଫପାତ । ସେତେବେଳେ ସେନାର ଯବାନମାନେ ସେମାନଙ୍କୁ ଉଦ୍ଧାର କଲେ । 3 ହଜାର ପର୍ଯ୍ୟଟକଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ସେନା କ୍ୟାମ୍ପରେ ରଖାଯାଇଛି । ସେମାନଙ୍କ ରହିବା ସହ ଖାଦ୍ୟ, ପୋଷାକ ଏବଂ ଔଷଧ ବାବଦରେ ବ୍ୟବସ୍ଥା କରାଯାଇଛି । ଏବେ ରାସ୍ତାରେ ଜମିଥିବା ବରଫକୁ ହଟାଇବାକୁ ଅଭିଯାନ ଚଳାଇଛନ୍ତି ସେନା । ସେଥିପାଇଁ ସମସ୍ତେ ସେନାକୁ ସଲାମ କରୁଛନ୍ତି ।

ପାହାଡ଼ ଉପରେ ବରଫର ଚାଦର । ଏହାକୁ ଦେଖିବାକୁ ଦୂର ଦୂରାନ୍ତରୁ ଆସିଥିବା ପର୍ଯ୍ୟଟକ ପାହାଡ଼ ମୁହାଁ ହେଉଛନ୍ତି । ସିକ୍କିମରେ ଭାରତ-ଚୀନ ସୀମାରେ ନାଥୁଲା ପାସ୍‌ରେ ବି ପ୍ରକୃତିର ଏହି ମନୋରମ ଚିତ୍ର ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ସିକ୍କିମ ଆସୁଛନ୍ତି ।

କିନ୍ତୁ ବରଫପାତ ସେମାନଙ୍କ ଉପରେ ଭାରୀ ପଡୁଛି । ନାଥୁଲା ପାସ୍‌ ଓ ଜବାହରଲାଲ୍‌ ନେହେରୁ ମାର୍ଗ ଅଞ୍ଚଳରେ ପ୍ରବଳ ବରଫପାତ ଫଳରେ 17 ମାଇଲ୍‌ ରାସ୍ତାରେ ପର୍ଯ୍ୟଟକଙ୍କ 400 ଗାଡ଼ି ଫସିଗଲା । ନାଥୁଲା ପାସ୍‌ରୁ ଫେରୁଥିବା 3000 ପର୍ଯ୍ୟଟକ ଫସିଗଲେ । ସୂଚନା ପରେ ସେନା ଆରମ୍ଭ କଲା ଉଦ୍ଧାର ଅଭିଯାନ ।

17 ମାଇଲ୍‌ ଓ 13 ମାଇଲ୍‌ରେ ସେନା କ୍ୟାମ୍ପ କଲା । ପର୍ଯ୍ୟଟକଙ୍କ ଖାଦ୍ୟ, ରହିବା ଏବଂ ଔଷଧର ବ୍ୟବହାର କରାଗଲା । 3000 ପର୍ଯ୍ୟଟକଙ୍କୁ ଗାଡ଼ିରେ ସୁରକ୍ଷିତ କ୍ୟାମ୍ପ୍‌ ଯାଏଁ ଅଣାଗଲା ।
ବରଫ ହଟାଇବା ପାଇଁ ସେନା ବି ଅଭିଯାନ ଚଳାଇଲା ।

ସିକ୍କିମ୍‌ରେ ସେନାର କ୍ୟାମ୍ପରେ ଏବେ ବି ହଜାର ହଜାର ପର୍ଯ୍ୟଟକ ଅଟକି ରହିଛନ୍ତି । ଯେଉଁମାନଙ୍କ ପାଇଁ ସେନା ଗରମ ପୋଷାକର ବ୍ୟବସ୍ଥା କରିଛି । ଏଥିସହ ଏହି ପର୍ଯ୍ୟଟକଙ୍କ ଗାଡ଼ି ବରଫପାତରୁ ବାହାର କରିବାକୁ କାମ ବି କରାଯାଉଛି । ଏହି ପର୍ଯ୍ୟଟକ ସିକ୍କିମ୍‌ ସହ ଏବେ ସେନାର ସାହସର ସ୍ମୃତି ନିଜ ସହ ନେଇଯିବେ ।

Related Posts