ତୁର୍କୀ ଉତ୍ତର ଇରାକର କୁର୍ଦ ବହୁଳ ଅଞ୍ଚଳରେ ବୋମାମାଡ: ୮ ମୃତ

ନୂଆଦିଲ୍ଲୀ : ତୁର୍କୀ ଉତ୍ତର ଇରାକର କୁର୍ଦ ବହୁଳ ଅଞ୍ଚଳରେ ବୋମାମାଡ । ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୨୩ ଜଣ ଆହତ ହୋଇଛନ୍ତି ।

ଏହି ଆକ୍ରମଣ ଉତ୍ତର ଇରାକର ଦୋହୁକ ପ୍ରାନ୍ତରେ ହୋଇଥିଲା । ଇରାକ ମିଡିଆ ଅନୁସାରେ, କୁର୍ଦିସ୍ଥାନ ଓ ତୁର୍କୀ ସୀମାରେ ଥିବା ଜାଖୋ ସହରର ଏକ ରିସୋର୍ଟରେ ବୋମାମାଡ କରାଯାଇଥିଲା । ଯେଉଁଥିରେ ୮ ଜଣ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଇଥିବା ସମସ୍ତ ନାଗରିକ ପର୍ଯ୍ୟଟକ ଥିଲେ ।

ସୂଚନାଯୋଗ୍ୟ, ତୁର୍କୀ ଲଗାତର ଭାବେ ଉତ୍ତର ଇରାକରେ ଆକ୍ରମଣ କରୁଛି । କୁର୍ଦ ଯୁବକଙ୍କୁ ତୁର୍କୀ ଆତଙ୍କବାଦୀ ବୋଲି ବିବେଚନା କରିଥାଏ । ଯାହାକୁ ବିରୋଧ କରି କୁର୍ଦ କମାଣ୍ଡୋ ପଠାଇ ଜବାବ ମଧ୍ୟ ଦେଇଥାଏ । କୁର୍ଦର ପିକେକେ ସଙ୍ଗଠନ ୧୯୮୪କୁ ତୁର୍କୀ ବିରୋଧରେ ସଙ୍ଘର୍ଷ କରି ଆସୁଛି । ଏଥିରେ ଏବେସୁଦ୍ଧ ୪୦ ହଜାରରୁ ଅଧିକଙ୍କ ପ୍ରାଣହାନୀ ହେଲାଣି ।

ଘଟଣାସ୍ଥଳରେ ଇରାକ ବୈଦେଶିକ ମନ୍ତ୍ରୀ

ତୁର୍କୀର ଏହି ଆକ୍ରମଣ ମଧ୍ୟରେ ଇରାକ ବୈଦେଶିକ ମନ୍ତ୍ରୀ ଫୁଆଦ ହୁସେନ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଇରାକରେ ପୂର୍ବରୁ ଅନେକ ସମସ୍ୟା ରହିଛି । ଏବେ ସୁରକ୍ଷିତ ସ୍ଥାନରେ ବୋମାମାଡ ହୋଇଛି । ଯେଉଁଥିରେ ପର୍ଯ୍ୟଟକ ପ୍ରଭାବିତ ହୋଇଥିବା ମନ୍ତ୍ରୀ କହିଛନ୍ତି।

Related Posts