ଆଜି ଇଡିରେ ହାଜର ହେବେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ଆଜି ଇଡିରେ ହାଜର ହେବେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରା ଉଚରା କରିବ ଇଡି । ତେବେ ଏହି ମାମଲାକୁ କଂଗ୍ରେସ ବଡ ପ୍ରସଙ୍ଗ କରିବାକୁ ଚାହୁଁଛି। ଏଥିପାଇଁ ଦଳ ଆଜି ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତି କରିଛି।

ନ୍ୟାସନାଲ ହେରାଲ୍ଡ ମାମଲାରେ କଥିତ ବିତ୍ତୀୟ ଅନିୟମିତତା ସଂପର୍କିତ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ସମେତ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ଇଡି ମନି ଲଣ୍ଡ୍ରିଂ ଆକ୍ଟ ଆଧାରରେ ମାମଲା ରୁଜୁ କରିଛି। ଏହି ମାମଲାରେ ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଇଡି ଅନେକ ଦିନ ଧରି ପଚରା ଉଚୁରା କରି ସାରିଛି। ଗୁରୁବାର ଏହି କେସରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା ତରାଯିବ ।

ତେବେ ସୋନିଆଙ୍କୁ ଇଡିର ପଚରାଉଚରାକୁ ବିରୋଧ କିରଛି ଦଳ । ଏହି ସମୟରେ କଂଗ୍ରେସ ସମଗ୍ର ଦେଶରେ ଇଡି କାର୍ଯ୍ୟାଳୟ ଘେରଉ କରିବା ସହିତ ଅନେକ ସ୍ଥାନରେ ଚକାଜାମ ଏବଂ ଶୋଭାଯାତ୍ରା ବାହାର କରିବ ବୋଲ କହିଛି। ପାର୍ଟିର ବଡ ନେତା କଂଗ୍ରେସ କାର୍ଯ୍ୟାଳୟରେ ଏକତ୍ର ହେବେ ଏବଂ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରିବେ। ଯୁବ କଂଗ୍ରେସ ଏବଂ ଏନଏସୟୁଆଇ ସହିତ ମହିଳା କଂଗ୍ରେସର ନେତ୍ରୀ ମଧ୍ୟ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରିବେ। ସେହିପରି ସୋନିଆଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଇଡି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବେ ବୋଲି ଜଣାପଡିଛି ।

Related Posts