ରେକର୍ଡ ଭାଙ୍ଗିଲା ବେଙ୍ଗଲ, ଗୋଟିଏ ଦିନରେ ୧୬ ହଜାର କୋଭିଡ ପଜିଟିଭ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :କରୋନା ମହାମାରୀ ସାରା ଦେଶରେ ତାଣ୍ଡବ ରଚୁଥିଲା ବେଳେ ଏହାର ଝଲକ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ସର୍ବାଧିକ ଦିନିକିଆ ୧୬,୪୦୩ COVID-19 ମାମଲାର ପଞ୍ଜିକରଣ କରିଛି। ଏହାକୁ ମିଶାଇ ସଂକ୍ରମିତ ସଂଖ୍ୟା ୭,୭୬,୩୪ କୁ ବୃଦ୍ଧି ପାଇଛି ଵୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ କରାଯାଅଛି.। ୭୩ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ସମୁଦାୟ ମୃତ୍ୟୁସଂଖ୍ୟା ୧୧,୦୮୨ କୁ ବୃଦ୍ଧି ପାଇଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା ୧,୦୦,୬୧୫ ରହିଛି ବୋଲି ମଧ୍ୟ କୁହାଯାଇଛି। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, ଛତିଶଗଡ, ମଧ୍ୟପ୍ରଦେଶ, କେରଳ, ଗୁଜୁରାଟ, ତାମିଲନାଡୁ, ରାଜସ୍ଥାନ, ବିହାର ଏବଂ ପଶ୍ଚିମବଙ୍ଗ ଦୈନିକ କରୋନା ନୂତନ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଜାତୀୟ ମୃତ୍ୟୁ ହାର ହ୍ରାସ ପାଉଛି ଏବଂ ବର୍ତ୍ତମାନ ୧.୧୩ ପ୍ରତିଶତ ରହିଛି ବୋଲି ମନ୍ତ୍ରଣାଳୟ କହିଛି ।

Related Posts