ସାତକୋଶିଆ ବନାଞ୍ଚଳରେ ବାରହା ଶିକାର ଘଟଣା: ଦୁଇ ଶିକାରୀଙ୍କ ସହ ମାଂସ ଓ ଧନୁତୀର ଜବତ

ଭୁବନେଶ୍ୱର: କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳରେ ବାରହା ଶିକାର ଘଟଣାରେ ବନବିଭାଗକୁ ସଫଳତ । ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ତାହାସହ ସେମାନଙ୍କ ଠାରୁ ମାଂସ ଓ ଧନୁତୀର ଜବତ କରିଛି । ଅଭିଯୁକ୍ତ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗିରଫ ଶିକାରୀଙ୍କ ନିକଟରୁ ୮୦୦ ଗ୍ରାମ ବାରହା ମାଂସ ଜବତ କରାଯିବା ସହିତ ଶିକାରରେ ବ୍ୟବହୃତ ଧନୁ ଓ ତୀରକୁ ଜବତ କରିଛି ବିଭାଗ ।

ଶାଳଚୁଆ ଫୋରେଷ୍ଟ ବିଟ ଅନ୍ତର୍ଗତ କୋରଡାପାଳ ସଂରକ୍ଷିତ ଜଙ୍ଗଲ କମ୍ପାର୍ଟମେଂଟ ନମ୍ବର ୧ରୁ ଶିକାରୀ ମାନେ ବାରହାକୁ ଶିକାର କରି ମାଂସ ଭାଗବାଣ୍ଟ କରି ନେଇଥିଲେ । ଏନେଇ ଖବର ପାଇ ବନକର୍ମଚାରୀ ମାନେ କୋରଡାପାଳ ଗ୍ରାମର କୁନା ହୋ ଓ ସୀତା ରାମ ହୋ ଦୁଇ ଜଣଙ୍କୁ ଗିରିଫ କରିବାରେ ସଫଳ ହୋଇଛି ।

Related Posts