ବନ୍ୟାଜଳ ପ୍ରବେଶ ଯୋଗୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ବନ୍ଦ୍

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ) ଅନୁଗୋଳ ଜିଲ୍ଲାର ଅନୁଗୋଳ ଓ ଆଠମଲ୍ଲିକ ବ୍ଲକରେ ବନ୍ୟାଜଳ ପ୍ରବେଶ ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ଟିକରପଡାବାସୀ ଜଳବନ୍ଦୀ ହୋଇ ରହିଛନ୍ତି। ତେବେ ଧନଜୀବନ ଯେପରି ନଷ୍ଟ ହେବ ନାହିଁ ସେଥିପାଇଁ ଜିଲ୍ଲା ପ୍ରଶାସନ ତୀକ୍ଷ୍ନ ନଜର ରଖିଥିବା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି।ବହୁ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଅଣାଯାଇଛି। ତେବେ ବନ୍ୟାଜଳ ବଢ଼ୁଥିବାରୁ ମଙ୍ଗଳବାରଠାରୁ ସାତକୋଶିଆକୁ ପର୍ଯ୍ୟଟକଙ୍କୁ ଛଡାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତେବେ ଅନୁଗୋଳ ବ୍ଲକର ୧୪ଟି ଗାଁ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଥିବାବେଳେ ୫ଟି ଗାଁର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆହୁରୀ ୮ଶହ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବାନେଇ ସୂଚନା ମିଳିଛି। ମଙ୍ଗଳବାର ଏନ୍‌ଡିଆର୍‌ଏଫ ଟିମ୍‌ ବନ୍ୟାଞ୍ଚଳରେ ପହଞ୍ଚିଛି। ଅଗ୍ନିଶମ ବିଭାଗ, ତହସିଲଦାରଙ୍କ ବୋଟ୍‌କୁ ସଜାଗ ରଖାଯାଇଛି। ଏଥିସହିତ ବନ ବିଭାଗ କର୍ମଚାରୀଙ୍କ ସହଯୋଗ ଆବଶ୍ୟକ ସ୍ଥଳେ ନିଆଯାଉଥିବା ସୂଚନା ପ୍ରଦାନ କରାଯାଇଛି।

Related Posts