ଯୋଗୀ ସରକାରଙ୍କ ବୁଲଡୋଜନର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସିଜେଆଇଙ୍କୁ ଚିଠି ଲେଖିଲେ ପୂର୍ବତନ ବିଚାରପତିଙ୍କ ସମେତ ୧୨ ଜଣ ବ୍ୟକ୍ତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଯୋଗୀ ସରକାରଙ୍କ ବୁଲଡୋଜନର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସିଜେଆଇଙ୍କୁ ଚିଠି ଲେଖିଲେ ପୂର୍ବତନ ବିଚାରପତିଙ୍କ ସମେତ ୧୨ ଜଣ ବ୍ୟକ୍ତି । ତେବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସମେତ ୧୨ ଜଣ ବ୍ୟକ୍ତି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନାଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଭିଡିଓ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ଯେଉଁଥିରେ ଉତ୍ତରପ୍ରଦେଶ ପୁଲିସ ବିକ୍ଷୋଭକାରୀଙ୍କୁ ମାଡ଼ ମାରୁଥିବାର ଦୃଶ୍ୟ ରହିଛି । ସେପଟେ ଚିଠିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି.ଏସ ଦୁର୍ଦଶନ ରେଡ୍ଡୀ, ଜଷ୍ଟିସ ଭି ଗୋପାଳ ଗୌଡା, ଜଷ୍ଟିସ ଏ.କେ ଗାଙ୍ଗୁଲି, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏପି ଶାହା, ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି କେ ଚନ୍ଦ୍ର, କର୍ଣ୍ଣାଟକ ହାଇକୋର୍ଟର ପୂର୍ବତନ ବିଚାରପତି ମହମ୍ମଦ ଅନୱାରଙ୍କ ବ୍ୟତୀତ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଶାନ୍ତି ଭୂଷଣ, ଇନ୍ଦିରା ଜୟସିଂ, ଚନ୍ଦ୍ର ଉଦୟ ସିଂ, ଆନନ୍ଦ ଗ୍ରୋଭର, ପ୍ରଶାନ୍ତ ଭୂଷଣ, ଶ୍ରୀରାମ ପଞ୍ଚୁ ସ୍ୱାକ୍ଷର କରିଛନ୍ତି । ଏହି ସମସ୍ତ ବ୍ୟକ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବୁଲଡୋଜରଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ପଦକ୍ଷେପ ଗ୍ରହଣ କରିବାକୁ ଏକ ଚିଠି ମାଧ୍ୟମରେ କହିଛନ୍ତି ।

ଅନ୍ୟପଟେ ପୂର୍ବତନ ବିଜେପି ନେତା ନୁପୁର ଶର୍ମା ମହାପୁରୁଷ ମହମ୍ମଦଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ବେଳେ ସାରା ଦେଶରେ ଏହାକୁ ବିରୋଧ କରାଯାଇଥିଲା । ଉତ୍ତରପ୍ରଦେଶରେ ମଧ୍ୟ ଏହାକୁ ବିରୋଧ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆବେଦନକାରୀଙ୍କ ବିରୋଧରେ ଉତ୍ତରପ୍ରଦେଶ ପ୍ରଶାସନ ଯେଉଁଭଳି ଭାବରେ ଦମନକାରୀ ନୀତି ଅବଲମ୍ବନ କରୁଛି ସେନେଇ ସୁପ୍ରିମକୋର୍ଟ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ଆବେଦନକାରୀ ଚିଠିରେ ଉଲ୍ଲେଖ କରିଛନ୍ତି । ବିକ୍ଷୋଭକାରୀଙ୍କୁ ସେମାନଙ୍କ ପକ୍ଷ ଉପସ୍ଥାପନ କରିବାକୁ ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିବାକୁ ସୁଯୋଗ ଦିଆଯିବା ଉଚିତ ବୋଲି ଚିଠିରେ ଲେଖାଯାଇଛି । କିନ୍ତୁ ଏହା ବଦଳରେ ଉତ୍ତରପ୍ରଦେଶ ପ୍ରଶାସନ ଏହି ଲୋକଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ ଏପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଭବିଷ୍ୟତରେ କେହି ଏପରି କାର୍ଯ୍ୟ କରିବେ ନାହିଁ ଏବଂ ଆଇନକୁ ନିଜ ହାତକୁ ନେବେ ନାହିଁ । ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବିରୋଧରେ ଆପତ୍ତି ଉଠାଯାଇଛି ଏବଂ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପୁଲିସକୁ ଭଙ୍ଗାରୁଜା କରିବା ପାଇଁ ଏକ ସୁଯୋଗ ଦେଇଛି ଏବଂ ବିକ୍ଷୋଭକାରୀଙ୍କୁ ବେଆଇନ ଭାବେ ନିର୍ଯ୍ୟାତନା ଦିଆଯାଉଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts