ବ୍ୟବସାୟୀ ଅମୁଲ୍ୟ ତ୍ରିପାଠୀ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ୟବସାୟୀ ଅମୁଲ୍ୟ ତ୍ରିପାଠୀ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । କିଛିଦିନ ତଳେ ବଗେଇପଦରରେ ଜୟପୁରର ଯୁବ ବ୍ୟବସାୟି ଅମୂଲ୍ୟ ତ୍ରିପାଠୀକୁ ପୋଡ଼ି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଜୟପୁର ଇରିଗେସନ କଲୋନିର ୨ ଜଣଙ୍କୁ କୋରାପୁଟ ସଦର ଥାନା ପୋଲିସ ଗିରଫ କରିଛି।

ମୃତ ଅମୂଲ୍ୟ ଠାରୁ ଟଙ୍କା ଲୁଟ୍ କରିବା ଉଦ୍ଦେଶ୍ୟରେ ହତ୍ୟା କରିବା ଅଭିଯୋଗରେ କୋରାପୁଟ ସଦର ଥାନା ପୋଲିସ ବାପା ଓ ପୁଅକୁ ଗିରଫ କରିଛି। ଏନେଇ କୋରାପୁଟ ଅତିରିକ୍ତ ଏସପି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

Related Posts