ଗଞ୍ଜାମ ସୋରଡା ଥାନା ଘଷିପଡା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୩ ମୃତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲାସୋରଡା ଥାନା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଫଳରେ ଘଟଣା ସ୍ଥଳରେ ଚାଲିଯାଇଛି ୩ ଜଣଙ୍କ ଜୀବନ । ଏଥିସହ ଜଣେ ଗୁରୁତର ଥିବା ନେଇ ଜଣାପଡିଛି ।

ଗଞ୍ଜାମ ଜିଲ୍ଲା ସୋରଡା ଥାନା ଘଷିପଡା ନିକଟରେ ଏହି ଘଟଣା ଘଟିଛି । ତେବେ ମୃତକମାନେ ହେଲେ ରାଧାକୃଷ୍ଣପୁର ଗ୍ରାମର ବୁଲୁ ସ୍ବାଇଁ,ପିଲି ମଲ୍ଲିକ ଅନ୍ୟଜଣେ ଦୁଲାଡ ଛକର ଭାଗିରଥି ମୁଳି । ସେହିପରି ଗୁରତର ଜଣକ ହେଲେ ଭଗବାନ ପୁର ଗ୍ରାମର ପ୍ରତାପ ଗୌଡ଼ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଭାଗିରଥି ଓ ପ୍ରତାପ କାମ ସାରି ବାଇକ ଯୋଗେ ସୋରଡାରୁ ଘରକୁ ଫେରୁଥିବା ବେଳେ ବିପରୀତ ପଟୁ ଦାରିଙ୍ଗବାଡିରୁ ରାଧାକୃଷ୍ଣପୁର ଗ୍ରାମର ପିଲି ଓ ବୁଲୁ ଆସୁଥିଲେ । ସେହି ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋରଡା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ତେବେ ସେଠାରେ ଡାକ୍ତର ଆଉ ଜଣଙ୍କୁ ମଧ୍ୟ ମୃତ ଘୋଷଣା କରିଥିଲେ । ତେବେ ଏନେଇ ଘଟଣାସ୍ଥଳରେ ସୋରଡା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି

Related Posts