କେନ୍ଦ୍ରାପଡ଼ାରେ ଅଘଟଣ: ମାଟି ଧସି ଦୁଇଜଣ ଶିଶୁଙ୍କର ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ମାଗୁରଗଣ୍ଡ ପାଟଣାରେ ଘଟିଛି ଏକ ବଡ ଅଘଟଣ l ଖୋଳା ଚାଲିଥିବା ପୋଖରୀ ଭିତରେ ପଶି ଖେଳୁଥିବା ବେଳେ ମାଟି ଧସି ଦୁଇଜଣ ଶିଶୁଙ୍କର ମୃତ୍ୟୁ ଘଟିଛି l ଫଳରେ ଏହି ଦୁଖଦଃ ଘଟଣାକୁ ନେଇ ପୁରା ଗାଁରେ ଶୋକାକୁଳ ପରିବେଶ ଖେଳି ଯାଇଛି ।

ଖବର ଅନୁଯାୟୀ, ମାଗୁରଗଣ୍ଡ ପାଟଣା ମୁଣ୍ଡା ବସ୍ତିର ବୁଦ୍ଧିରାମ ଚମିଆଙ୍କ ୧୦ ବର୍ଷର ପୁଅ ସୁରେନ୍ଦ୍ର ଚମିଆ ଓ ବୁଲା ଜଙ୍କଙ୍କ ୭ବର୍ଷର ପୁଅ ସୁରେନ୍ଦ୍ର , ଗୁରୁବାର ସକାଳୁ ଗାଁ ନିକଟରେ ଖୋଳା ଚାଲିଥିବା ଏକ ପୋଖରି ଭିତରେ ପଶି ଖେଳୁଥିଲେ l ଏହି ସମୟରେ ହଠାତ୍ ପୋଖରି ବନ୍ଧରୁ ମାଟି ଅତଡା ଧସି ଯାଇଥିଲା l ଫଳରେ ଉଭୟ ଶିଶୁ ସେହି ମାଟି ଅତଡା ତଳେ ରହିଯାଇଥିଲେ l ପରେ ଖୋଜାଖୋଜି କରିବାରୁ ଘଟଣା ସମ୍ପର୍କରେ ଜଣାପଡିଥିଲା l ମାଟିରୁ ଉଦ୍ଧାର କରି ଉଭୟ ଶିଶୁଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର୍ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l

Related Posts