ସୀମାନ୍ତ ଆନ୍ଧ୍ରପ୍ରଦେଶର ଚେରଲା ପୁଲିସ ନିକଟରେ ଦୁଇଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଆନ୍ଧ୍ରପ୍ରଦେଶର ଚେରଲା ପୁଲିସକୁ ମିଳିଲା ସଫଳତା । ପୋଲିସ ନିକଟରେ ଆତ୍ମସମର୍ପଣ କଲେ ଦୁଇଜଣ ମାଓବାଦୀ । ସେମାନେ ରାଵା କୋସାୟ ଏବଂ ସୋଡି ମୁଖାୟା। ଆଜି ସକାଳେ ଚେରଲା ପୁଲିସ ଥାନାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଆରପିଏଫ ୧୪୧ ବାଟାଲିୟନର କମାଣ୍ଡାଣ୍ଟ ଏବଂ ପୁଲିସ ଅଧିକାରୀଙ୍କ ନିକଟରେ ଏହି ଦୁଇ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଦୀର୍ଘଦିନ ଧରି ଚେରଲା ମଣ୍ଡଳରେ ଏମାନେ କାମ କରୁଥିଲେ। ଲୋକଙ୍କୁ ଭୟଭିତ କରାଇବା, ମାରଧର କରିବା ସହ ଲୁଟପାଟ କରିବାରେ ଏମାନେ ସିଦ୍ଧହସ୍ତ ଥିଲେ ବୋଲି ପୁଲିସ କହିଛି।

ତେବେ ଆତ୍ମସମର୍ପଣ ବେଳେ ନିଜ ପାଖରେ ରଖିଥିବା ବିଦ୍ୟୁତ ତାର, ମାଓ ପୋଷ୍ଟର, ବ୍ୟାନର ଏବଂ ବିଭିନ୍ନ ଦୈନନ୍ଦିନ ସାମଗ୍ରୀକୁ ପୁଲିସ ନିକଟରେ ପ୍ରଦାନ କରିଥିଲେ। ଆଗକୁ ବାକି ଜୀବନ ସୁଖରେ କଟାଇବେ ବୋଲି କହିଥିଲେ। ସଂଗଠନରେ ପୂର୍ବ ଭଳି କୌଣସି ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଉନଥିବା ବେଳେ ନିରୀହ ଲୋକଙ୍କୁ ହତ୍ୟା କରାଯାଉଥିବା ଏମାନେ କହିଥିଲେ। ପୁଲିସ ତରଫରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ପୁଲିସ କହିଛି।

Related Posts