ମଥୁରାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ନିଖୋଜ ୨ଦୃଷ୍ଟିହୀନ ଛାତ୍ରୀ: ଦୁହିଁଙ୍କୁ ଆଣିବା ପାଇଁ ଗଲା କମିଶନରେଟ ପୋଲିସ

ରମାଦେବୀ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ରେ ପାଠପଢୁଥିବା ଦୁଇ ଦୃଷ୍ଟହୀନ ଛାତ୍ରୀ ନିଖୋଜ ଥିବା ଘଟଣାରେ ଉଭୟ ଛାତ୍ରୀଙ୍କ ପତ୍ତା ମିଳିଛି | ଉଭୟ ଛାତ୍ରୀ ଉତ୍ତର ପ୍ରଦେଶ ମଥୁରାରେ ଥିବା ନେଇ ଖବର ଆସିଛି | ମଥୁରା ଷ୍ଟେସନରୁ ଛାତ୍ରୀଙ୍କୁ ଉଦ୍ଧାର ରେଲୱେ ପୋଲିସ ନିଜ ହେପାଜତରେ ରଖିଛି |

ସେପଟେ ଦୁହିଁଙ୍କୁ ଓଡିଶା ଆଣିବା ପାଇଁ ମଥୁରା ଗଲା କମିଶନରେଟ ପୋଲିସ ।

ସୂଚନାଯୋଗ୍ୟ, ଉଭୟଙ୍କ ପରିବାର ପକ୍ଷରୁ ଶହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା | ଅଭିଯୋଗକୁ ଭିର୍ତ୍ତି କରି ଖୋଳତାଡ଼ ଆରମ୍ଭ କରିଥିଲା ପୁଲିସ୍‌। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ଵର ଉପକଣ୍ଠର ହୋଇଥିବା ବେଳେ ଅନ୍ୟ ଜଣେ ହଷ୍ଟେଲରେ ରୁହନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଘରୁ ପୁଲିସ୍‌ ଏକ ଚିଠି ଠାବ କରିବା ସହ ସେଥିରେ ବାହାରକୁ ଚାଲିଯିବା କଥା ଉଲ୍ଲେଖ ରହିଛି।

ସେହିଭଳି ହଷ୍ଟେଲରେ ରହୁଥିବା ଯୁବତୀଙ୍କ ହଷ୍ଟେଲ ରୁମ୍ ଯାଞ୍ଚ୍ ବେଳେ ସେ ଏକ ଚିପ୍ ଛାଡ଼ିକି ଯାଇଥିବା ଜଣାପଡ଼ିଛି। ଯେଉଁଥିରେ ସେ ନିଜ ଯିବା ସମ୍ପର୍କରେ ଉଲ୍ଲେଖ କରିଥିଲେ |

Related Posts