ବିଜେପିର ଗୁପ୍ତ ଏଜେଣ୍ଡାକୁ ଦୁଇ ଓୱାଇସି ଆଗକୁ ବଢ଼ାଉଛନ୍ତି: ଶିବସେନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏମଏନଏସର ସଭାପତି ରାଜ ଠାକରେଙ୍କ ଉପରେ ବଡ଼ ବୟାନ ଦେଇଛି ଶିବସେନା । ତେବେ ମହାରାଷ୍ଟ୍ରରେ ବିଜେପିର ଗୁପ୍ତ ଏଜେଣ୍ଡାକୁ “ଦୁଇ ଓୱାଇସି” ଆଗକୁ ବଢ଼ାଉଛନ୍ତି । ପାନ୍-ଇଣ୍ଡିଆ ବିରୋଧୀ ଦଳ ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କୁ ବିଜେପି ସହ ବୁଝାମଣା କରୁଥିବା ଅଭିଯୋଗ କରୁଥିବାବେଳେ ରାଜ ଠାକରେଙ୍କ ନିକଟରେ ମସଜିଦରୁ ଲାଉଡ ସ୍ପିକର ହଟାଇବା ଦାବି କରି ବିଜେପିର କାହାଣୀକୁ ଆଗକୁ ବଢ଼ାଉଛନ୍ତି । କେବଳ ଏତିକି ନୁହେଁ ବରଂ ରାଜ ଠାକରେ ହେଉଛନ୍ତି ଅଣହିନ୍ଦୁ ଓୱାଇସି ବୋଲି ଶିବସେନା ସାଂସଦ ତଥା ପ୍ରବକ୍ତା ସଞ୍ଜୟ ରାଉତ କହିଛନ୍ତି ।

ସେପଟେ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମନ୍ତବ୍ୟ ଦେଇଛନ୍ତି, “ଥରେ ବାଲାସାହେବ ଠାକରେ ସ୍ପଷ୍ଟ କରିଥଲେ ଯେ ମୁଁ ହିନ୍ଦୁମାନଙ୍କୁ ଜାଗ୍ରତ କରିବାକୁ ଚାହେଁ, କିନ୍ତୁ ମୁଁ ହିନ୍ଦୁମାନଙ୍କର ଖୋମିନି ହେବାକୁ ଚାହେଁ ନାହିଁ। କିନ୍ତୁ ବାଲାସାହେବ ଠାକରେଙ୍କୁ ଅନୁକରଣ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ହେଉଛନ୍ତି ହିନ୍ଦୁମାନଙ୍କର ଆସାଦୁଦ୍ଦିନ ଓୱାଇସି ରାଜ ଠାକରେ । କିଏ ତାଙ୍କୁ କହିବ ଯେ ଏଭଳି ତତ୍ପରତା ଅଜ୍ଞାନ ଅଟେ! ବିଜେପି ଉଭୟ ଓୱାଇସିଙ୍କୁ ନିଜ କୋଳରେ ରଖିଛି ଏବଂ ସେମାନଙ୍କ ମାଧ୍ୟମରେ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ସଞ୍ଜୟ ରାଉତ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts