ଜାହାଙ୍ଗୀରପୁର ହିଂସାକାଣ୍ଡ; ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ଦାଖଲ କଲା ଦିଲ୍ଲୀ ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀରେ ହୋଇଥିବାର ହିଂସାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ବୟାନବାଜି ମଧ୍ୟ ଚାଲିବାରେ ଲାଗିଛି । ଏହା ମଧ୍ୟରେ ଘଟିଥିବା ହିଂସା ସମ୍ପର୍କରେ ଦିଲ୍ଲୀ ପୁଲିସ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଥିବାର କଥା ସାମ୍ନାକୁ ଆସିଛି । ତେବେ ଦିଲ୍ଲୀ ପୋଲିସ ୪ ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛି । ଯେଉଁଥିରେ ପୁରା ଘଟଣା ବିଷୟରେ ସୂଚନା ପ୍ରଦାନ କରାଯାଇଛି । ଏହାସହ ଦିଲ୍ଲୀ ପୋଲିସ ଦ୍ୱାରା କରାଯାଇଥିବା କାର୍ଯାନୁଷ୍ଠାନକୁ ବିସ୍ତୃତ ଭାବରେ ଦର୍ଶାଯାଇଛି । ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଗିରଫ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ରିପୋର୍ଟରେ କୁହାଯାଇଛି ।

ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ରରେ, ଦଙ୍ଗା ଭିଆଇବା ଆଦି ମାମଲା ରୁଜୁ ହୋଇଛି । କେବଳ ଏତିକି ନୁହେଁ ବରଂ ଦିଲ୍ଲୀ ପୋଲିସ ଦ୍ୱାରା କ’ଣ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି, ଏହାର ମଧ୍ୟ ରିପୋର୍ଟରେ ସୂଚନା ଦିଆଯାଇଛି । ସେପଟେ ଦିଲ୍ଲୀର ଜାହାଙ୍ଗୀଗପୁରୀ ଅଞ୍ଚଳରେ ହନୁମାନ ଜୟନ୍ତ୍ରୀ ଦିନ ଆୟୋଜିତ ଶୋଭା ଯାତ୍ରା ଉପରେ ପଥରମାଡ ପରେ ହିଂସା ଉପଜୁଥିଲା। ଏଥିରେ ସାତରୁ ଆଠ ଜଣ ଆହତ ହୋଇଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts