ଜେଏନୟୁ ପ୍ରଫେସରଙ୍କୁ ଅପହରଣ କରିବା ଅଭିଯୋଗରେ ଜଣେ ୟୁଟ୍ୟୁବର ସମେତ ଦୁଇ ଜଣ ଗିରଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜେଏନୟୁର ଜଣେ ସହକାରୀ ପ୍ରଫେସରଙ୍କୁ ଅପହରଣ କରିବା ଅଭିଯୋଗରେ ଜଣେ ୟୁଟ୍ୟୁବରଙ୍କ ସମେତ ଦୁଇ ଜଣଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି । ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ କାର ଧକ୍କା ହେବା ପରେ ପ୍ରଫେସର ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ସେପଟେ ସୂଚନା ଦେଇ ପୋଲିସ କହିଛି ଯେ କାର ଧକ୍କା ହେବା ପରେ ଅଭିଯୁକ୍ତ କ୍ଷତିପୂରଣ ଦେବା ପାଇଁ ଟଙ୍କା ମାଗିଥିଲା । ଗିରଫ ଅଭିଯୁକ୍ତମାନେ ପଶ୍ଚିମ ଦିଲ୍ଲୀର ରାଜତ ପାଲ ସିଂ ଏବଂ ଗୁରୁଗାଓଁର ଆଶିଷ ଶୋକେନ ବୋଲି ଜଣାପଡିଛି। ତେବେ ପ୍ରଫେସର ବାଭିସ୍କର ଘଟଣା ସମୟରେ ତାଙ୍କ ପତ୍ନୀ ଏବଂ ଝ୍ରିକୁ ବୁରାଡ଼ୀ ସ୍ଥିତ ତାଙ୍କ ଶାଶୁ ଘରେ ଛାଡି ଦେବା ପରେ ତାଙ୍କ କାରରେ ଜେଏନୟୁ କ୍ୟାମ୍ପସକୁ ଫେରୁଥିଲେ। ରାତି ପ୍ରାୟ ୧୨.୩୦ ସମୟରେ ଏକ କାର ତାଙ୍କ କାରକୁ ବାମ ପାର୍ଶ୍ୱରୁ ବାଡେଇଥିଲା ।

କିନ୍ତୁ ସେ ଅଟକି ନଥିଲେ । ଏହା ପରେ ପ୍ରଫେସର ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ନିକଟରେ ଥିବା ଟ୍ରାଫିକ ସିଗନାଲରେ ଅଟକିବା ମାତ୍ରେ କିଛି ଲୋକ ତାଙ୍କ ନିକଟରୁ କାର ଚାବି ଛଡ଼ାଇ ନେଇଥିଲେ। ଅନ୍ୟପଟେ ପୁଲିସର ସୂଚନା ଅନୁସାରେ ଅଭିଯୁକ୍ତମାନେ ତାଙ୍କ ଏକ ଅଡିରେ ବସାଇ ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତମାନେ କାର ମଧ୍ୟ ବଦଳାଇ ଥିଲେ । ପୋଲିସ କହିଛି ଯେ ଅଭିଯୁକ୍ତ ପ୍ରଫେସରଙ୍କ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ନେଇ ୨୮,୫୦୦ ଟଙ୍କା ଉଠାଇ ଥିଲେ । ସେଥିମଧ୍ୟରୁ ୫୦୦୦ ଟଙ୍କାର ସେମାନେ ତେଲ ଢ଼ାଳିଥିଲେ । ଏହା ପରେ ସେ ପ୍ରଫେସରଙ୍କୁ ପେଟ୍ରୋଲ ପମ୍ପରେ ଛାଡ଼ି ଚାଲି ଯାଇଥିଲେ । ସେପଟେ ଡିସିପି ଘନଶ୍ୟାମ ବନସଲଙ୍କ ଅନୁଯାୟୀ ରଜତ ପାଲ ସିଂ ଏବଂ ଆଶିଷ ଶୋକେନ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଶୈକିନଙ୍କ ମାଲିକାନାରେ ଥିବା ଅଡି ଏବଂ ରେଞ୍ଜ ରୋଭର ସହିତ ୨୦ ହଜାର ଟଙ୍କା ଚୋରି ମଧ୍ୟ ଜବତ କରାଯାଇଛି ବୋଲି କହିଛନ୍ତି । ଆଇପିସିର ଧାରା ୩୨୩, ୩୩୪, ୩୯୨, ୩୬୫ (ଅପହରଣ) ଅଧୀନରେ ଏହି ମାମଲାରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି ।

Related Posts