ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରୁଥିବା ୬ ଜଣ ଆପ ବିଧାୟକଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଆମ ଆଦ୍‌ମି ପାର୍ଟିର ବିଧାୟକଙ୍କୁ ଅଟକ ରଖିଛି ଦିଲ୍ଲୀ ପୁଲିସ୍। ତେବେ ସଂଗ୍ରାମ ବିହାରରେ ଜଣେ ବ୍ୟକ୍ତି ୧୬ ବର୍ଷୀୟ ନାବାଳିକାଙ୍କୁ ହତ୍ୟା ଗୁଳି ମାରିବା ଘଟଣାରେ ଆପ ବିଧାୟକମାନେ ଉପରାଜ୍ୟାପାଳଙ୍କ ଅଫିସ୍ ସମ୍ନାରେ ବିକ୍ଷୋଭ କରିଥିଲେ। ଘଟଣା ସ୍ଥଳରେ ଦିଲ୍ଲୀ ପୁଲିସ ପହଞ୍ଚି ଆପ ର ୬ ଜଣ ବିଧାୟକଙ୍କୁ ଥାନାକୁ ନେଇଛି।

ତେବେ ବିକ୍ଷୋଭକୁ ଆଖି ଆଗରେ ରଖି ଦିଲ୍ଲୀ ପୁଲିସ ସଂପୃକ୍ତ ରାସ୍ତାକୁ ବ୍ୟାରେକ୍‌ଡ୍ ପକାଇ ବନ୍ଦ କରିଛି। ବ୍ୟାରିକେଡ ଲଗାଯାଇଥିବାରୁ ବିଧାୟକମାନଙ୍କୁ ଶୋଭାଯାତ୍ରା ପାଇଁ ଛଡ଼ାଯିବ ନାହିଁ ବୋଲି ପୁଲିସ କହିଛି। ତା ଛଡ଼ା ଆପ୍ ବିଧାୟକ ସୌରଭ ଭରଦ୍ୱାଜ୍, ଦିଲ୍ଲୀପ କୁମାର ପାଣ୍ଡେ, ଦୁର୍ଗେଶ ପାଠକ, ଆମନତୁଲ୍ଲା ଖାନ, ସୋମନାଥ ଭାରତୀ ଏବଂ ସଂଜୀବ ସକ୍ସେନାଙ୍କୁ ପୁଲିସ ଅଟକ ରଖିଛି।

ସୂଚନାଯୋଗ୍ୟ ଯେ, ଆଜି ଜଣେ ବ୍ୟକ୍ତି ଆଉ ଜଣେ ସହଯୋଗୀଙ୍କ ସହାୟତାରେ ଏକ ୧୬ ବର୍ଷୀୟା ନାବାଳିକାକୁ ଗୁଳି ମାରି ଆହତ କରିଥିଲେ। ଝିଅଟି ସ୍କୁଲରୁ ଫେରୁଥିବା ସମୟରେ ଅଭିଯୁକ୍ତ ମାନେ ଗୁଳି ଚଳାଇଥିଲେ। ଏହି ଘଟଣା ପରେ ଦିଲ୍ଲୀ ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଅର୍ମାନ ଓରଫ ଅମାନତ ଅଲ୍ଲୀ।

Related Posts