କେଜ୍ରିୱାଲଙ୍କ ବାସଭବନ ଉପରେ ଆକ୍ରମଣ ମାମଲା; ଦୁଇ ସପ୍ତାହ ମଧ୍ୟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ପୁଲିସକୁ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ହିଂସା ପ୍ରଦର୍ଶନ କରିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ହିଂସା ପ୍ରଦର୍ଶନ ଏବଂ ଭଙ୍ଗାରୁଜା ମାମଲାର ଶୁଣାଣି ବେଳେ ଉଚ୍ଚ ନ୍ୟାୟଳୟ ଦିଲ୍ଲୀ ପୁଲିସକୁ ଏହା ଘଟଣାର ଉତ୍ତର ମାଗିଛନ୍ତି । କେବଳ ଏତିକି ନୁହେଁ ବରଂ ଦୁଇ ସପ୍ତାହ ମଧ୍ୟରେ ସିଲ୍ ଲଫାପାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ପୋଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ହାଇକୋର୍ଟ ମଧ୍ୟ ସମଗ୍ର ଘଟଣାର ସିସିଟିଭି ଫୁଟେଜକୁ ସଂରକ୍ଷଣ କରିବାକୁ ଦିଲ୍ଲୀ ପୋଲିସକୁ କହିଛନ୍ତି।

କାର୍ୟ୍ୟନିର୍ବାହୀ ପ୍ରଧାନ ବିଚାରପତି ଭିପିନ୍ ସାଙ୍ଗି ଏବଂ ଜଷ୍ଟିସ୍ ନବିନ ଚାୱଲାଙ୍କ ଏକ ବେଞ୍ଚ ଦ୍ୱାରା ଏହି ନିର୍ଦ୍ଦେଶ ପ୍ରଣୟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଦିଲ୍ଲୀ ପୋଲିସ୍ ଅଛି ଏବଂ ଏହି ମାମଲାର ସ୍ୱତ ସଜ୍ଞାନ ନେଇ ଆଠ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ହାଇକୋର୍ଟ ଆପ ବିଧାୟକ ସୌରଭ ଭରଦ୍ବାଜଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ଏପରି ନିଦେ୍ର୍ଦଶ ଦେଇଥିବାର ଦେଖିବାକୁ ମିଳିଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଆକ୍ରମଣର ଯାଞ୍ଚ ପାଇଁ ଏକ ଏସଆଇଟି ଗଠନ କରାଯିବାକୁ ଦାବି କରାଯାଇଥିଲା ।

Related Posts