ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ୪ଟି ବିଧାନସଭା ଆସନରେ ବିଜେପିର ବିପୁଳ ସମର୍ଥନ ସହ ବିଜୟ ପରେ ଗୁଜରାଟ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଏହି ଅବସରରେ ଦୀର୍ଘ ଦୁଇ ବର୍ଷ ପରେ ନିଜ ମା ହୀରାବେନଙ୍କୁ ଭେଟିଛନ୍ତି । ୨୦୧୯ ମସିହା ଅକ୍ଟୋବର ମାସ ପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କ ମାଙ୍କୁ ଭେଟି ତାଙ୍କଠାରୁ ଆଶୀର୍ବାଦ ନେଇଛନ୍ତି । ତେବେ ଆଜି ମୋଦୀ ପ୍ରଥମେ ତାଙ୍କ ମାଙ୍କୁ ଭେଟିବା ପରେ ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ, ଆଉ ପରେ ପରେ ତାଙ୍କ ସହିତ ବସି ଖାଇଥିଲେ । ଯେଉଁ ଫଟୋକୁ ଏବେ ସୋସିଆଲ୍ ମିଡିଆରେ ଲୋକମାନେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ ଯେ, ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜରାଟ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ଅହମ୍ମଦାବାଦରେ ବିଶାଳ ରୋଡ଼ ଶୋ’ କରିଥିଲେ। ପରେ ଗାନ୍ଧିନଗରରେ ରହୁଥିବା ନିଜ ମା’ ହୀରାବେନଙ୍କୁ ମୋଦି ଭେଟିଥିଲେ। ମାଙ୍କ ପାଦ ତଳେ ମୁଣ୍ଡିଆମାରି ଆଶୀର୍ବାଦ ମଧ୍ୟ ନେଇ ଥିଲେ । ପରେ ମା-ପୁଅ ଏକାଠି ଭୋଜନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍‌ ମୋଦି ଗାନ୍ଧୀନଗରରେ ରୁହନ୍ତି। ଅନେକ ସମୟରେ ମୋଦି ନିଜ ମା’ଙ୍କୁ ଭେଟିବା ପାଇଁ ସେଠାକୁ ଯାଆନ୍ତି। ଜନ୍ମଦିନରେ ମା’ଙ୍କ ପାଖରେ ପହଞ୍ଚି ଆଶୀର୍ବାଦ ନେବାକୁ କେବେ ଭୁଲନ୍ତିନି ମୋଦି।