କଣ୍ଟ୍ରାକ୍ଟର ଆତ୍ମହତ୍ୟା ମାମଲା; ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରୁଥିବାରୁ କଂଗ୍ରେସ ନେତା ଡିକେ ଶିବକୁମାର ଓ ସିଦ୍ଧରମୈୟାଙ୍କୁ ହେପାଜତକୁ ନେଲା ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ଜଣେ ଠିକଦାରଙ୍କ ଆତ୍ମହତ୍ୟା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । କାହିଁକିନା ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା କରିବା ପୂର୍ବରୁ ନିଜର ମୃତ୍ୟୁ ପାଇଁ କର୍ଣ୍ଣାଟକର ମନ୍ତ୍ରୀଙ୍କୁ ଦାୟୀ କରିଥିଲେ । ବାସ ଏ ଖବର ସାମ୍ନାକୁ ଆସିବା ପରେ ବିରୋଧୀ କଂଗ୍ରେସ ଶାସକ ଦଳକୁ ଟାର୍ଗେଟ କରିବା ସହ ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଥିଲା । ଏହା ମଧ୍ୟରେ ଜି ମନ୍ତ୍ରୀ ଇଶ୍ୱରପ୍ପାଙ୍କ ଇସ୍ତଫା ଦାବି କରି ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କ ବାସଭବନ ଆଗରେ ଆନ୍ଦୋଳନ କରିବା ପାଇଁ କଂଗ୍ରେସ ଯୋଜନା କରୁଥିବା ବେଳେ ପୁଲିସ କିଛି ନେତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସେପଟେ କଂଗ୍ରେସ ନେତା ସିଦ୍ଧରମୈୟା, ରଣଦୀପ ସୁରଜେୱାଲା ଏବଂ ଡି.କେ ଶିବକୁମାରଙ୍କୁ ପ୍ରଥମେ ପୁଲିସ ଅଟକ ରଖିଥିବା ବେଳେ ପରେ ସେମାନଙ୍କୁ ଗିରଫ କରାଯାଇଛି। ଗତକାଲି ତୁରନ୍ତ ଇଶ୍ୱରପ୍ପାଙ୍କୁ ବରଖାସ୍ତ କରାଯାଉ ବୋଲି ଦାବି କରି ଯୁବ କଂଗ୍ରେସ ଗୃହମନ୍ତ୍ରୀ ଅମିତ ଶାହଙ୍କ ଘର ଆଗରେ ଆନ୍ଦୋଳନ କରିଥିଲା। ଅନ୍ୟପଟେ କର୍ଣ୍ଣାଟକ ମନ୍ତ୍ରୀ କେ.ଏସ୍. ଈଶ୍ବରପ୍ପା ଦୁର୍ନୀତିଗ୍ରସ୍ତ ବୋଲି ଅଭିଯୋଗ କରିଥିବା ଠିକାଦାର ସନ୍ତୋଷ ପାଟିଲ୍ ମଙ୍ଗଳବାର ଦିନ ଉଦୁପିର ଗୋଟାଏ ଲଜରୁ ମୃତାବସ୍ଥାରେ ମିଳିଥିଲେ। ଭାଇର ମୃତ୍ୟୁ ନିମନ୍ତେ ଈଶ୍ବରପ୍ପା ଦାୟୀ ବୋଲି ପ୍ରଶାନ୍ତ କହିଛନ୍ତି।

Related Posts