ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ନିରଞ୍ଜନ ପଟ୍ଟନାୟକଙ୍କ ବଡ଼ ଖୁଲାସା

ଭୁବନେଶ୍ବର: ରାଜ୍ୟରେ କଂଗ୍ରେସ ର ଶୋଚନୀୟ ପରାଜୟ କୁ ନେଇ ତେଜିଛି ଅସନ୍ତୋଷ । ପିସିସି ସଭାପତି ବଦଳି ନେଇ ଚର୍ଚ୍ଚା ଜୋର ଧରିି ଥିବା ବେଳେ, ଦଳୀୟ କନ୍ଦଳ ଦେଖା ଦେଇଥିଲା । ତେବେ ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ବଡ଼ ଖୁଲାସା କରୀଚନ୍ତି । ସେ ଇସ୍ତଫା ଦେଇଥିବା ଏବଂ ଏବେ ନିଷ୍ଟତ୍ତି ହାଇକମାଣ୍ଡଙ୍କ ପାଖରେ ଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ବହୁତ ଆଗରୁ ଇସ୍ତଫା ଦେଇଛି । ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ । ନିଷ୍ପତି ଏଆଇସିସି ହାତରେ, ପରିବର୍ତନ ହେଉ । କଂଗ୍ରେସରେ ବହୁତ ଯୋଗ୍ୟ ଲୋକ ସଭାପତି ପଦ ପାଇଁ ଅଛନ୍ତି । ତେଣୁ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯାଉଛି । ପ୍ରତି ୨/୩ ବର୍ଷରେ ପିସିସି ପରିବର୍ତନ ହୁଏ । ଏହା କିଛି ନୂଆ କଥା ନୁହେଁ ।

ଥମୁନି କଂଗ୍ରେସ କନ୍ଦଳ । ଘଡିକେ ଘୋଡା ଛୁଟୁଛି । କିଏ କହୁଛି ପସିସି ସଭାପତି ପରିବର୍ତ୍ତନ କର ତ ଆଉ କିଏ କହୁଛି ପୁରା ପସିସି ପରିବର୍ତ୍ତନ କର । ଏସବୁ ଭିତରେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ବାରବାଟି ବିଧାୟକ ମହମ୍ମଦ ମୋକ୍କିମ ବଡ଼ ବୟାନ ସାମ୍ନାକୁ ଆସୁଛି । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ ହେବ ବୋଲି କହିଛନ୍ତି ।

Related Posts