ତାମିଲନାଡୁରେ ଷ୍ଟାଲିନଙ୍କ ପୁଅ ଉଦୟନିଧି ବିଜୟୀ

udaynidhi

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ଵର: ଡିଏମକେ ସଭାପତି ଏମ.କେ ଷ୍ଟାଲିନଙ୍କ ପୁଅ ଉଦୟାନିଧି ଷ୍ଟାଲିନ ତାଙ୍କର ପ୍ରଥମ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଅଭିନେତା-ରାଜନେତା ଚେପୁକ୍-ଥିରୁଭାଲିକେନି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । 69,355 ଭୋଟ୍ ବ୍ୟବଧାନରେ ଜିତି ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ବିଜୟର କିଛି ସମୟ ପରେ, ଉଦୟାନିଧି ଷ୍ଟାଲିନ ତାଙ୍କ ପିତାଙ୍କୁ ଏକ ଇଟା ଉପହାର ଦେଇଥିଲେ ଯେଉଁଥିରେ ‘AIIMS’ ଲେଖାଥିଲା। ତାଙ୍କର ସମସ୍ତ ନିର୍ବାଚନ ପ୍ରଚାରରେ, ଉଦୟାନିଧି ଷ୍ଟାଲିନ ଏହି ଇଟା ନେଇ ପ୍ରଚାର କରୁଥିଲେ। ମଦୁରାଇରେ AIIMS ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗରେ ଶାସକ AIADMK ଶାସନ କ୍ଷମତାରୁ ବିଚ୍ୟୁତ କରିବାକୁ ଆହ୍ୱାନ ଦେଇଥିଲେ। ଉଦୟାନିଧି ଷ୍ଟାଲିନ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2019 ରେ ମଦୁରାଇରେ ପ୍ରସ୍ତାବିତ AIIMS ର ମୂଳଦୁଆ ପକାଇ ଦେଇଛନ୍ତି କିନ୍ତୁ ପ୍ରକଳ୍ପ ଏବେ ସୁଦ୍ଧା ଶେଷ ହୋଇନାହିଁ। 2021 ତାମିଲନାଡୁ ବିଧାନସଭା ନିର୍ବାଚନରେ, ଡିଏମକେ ନେତୃତ୍ୱାଧୀନ ଗଠବନ୍ଧନ ପ୍ରତିଦ୍ୱନ୍ଦ୍ୱୀ AIADMKକୁ ହରାଇ 10 ବର୍ଷ ପରେ କ୍ଷମତାକୁ ଫେରିଛି। ସୂଚନାଯୋଗ୍ୟ, ୨୩୪ ଆସନ ବିଶିଷ୍ଟ ତାମିଲନାଡୁରେ ଡିଏମକେ ଓ କଂଗ୍ରେସ ମେଣ୍ଟ ୧୫୮ଟି ଆସନରେ ଜିତିଥିବା ବେଳେ ଆଇଏଡିଏମକେ ମେଣ୍ଟ ମାତ୍ର ୭୬ଟି ଆସନରେ ବିଜୟୀ ହୋଇଛନ୍ତି।

Related Posts