ଉଜ୍ଜଳା ଏବେ ଜଳୁଛି: ବରିଷ୍ଠ ନେତା ଦାମୋଦର ରାଉତ

ଭୁବନେଶ୍ବର: ଦେଶରେ ଏବେ ଲଗାତାର ଭାବେ ଅନେକ ଖାଦ୍ୟ ସାମଗ୍ରୀର ଦର ବଢ଼ିବାକୁ ଲାଗୁଛି । ତା ସାଙ୍ଗକୁ ତେଲ ଓ ଗ୍ୟାସ ସିଲିଣ୍ଡର ଦର ମଧ୍ୟ ବଢ଼ିବାକୁ ଲାଗିଚି । ଗତକାଲି ଗ୍ୟାସ୍ ସିଲିଣ୍ଡର୍ ପିଛା ପ୍ରାୟ 50 ଟଙ୍କା ବୃଦ୍ଧି ପାଇଛି ।

ତେବେ ବଢୁଥିବା ଦର ଦମ୍ କୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି ।

ସେପଟେ ବଢ଼ିଥିବା ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଉଜ୍ଜଳା ଏବେ ଜଳୁଛି ବୋଲି କହି କଟାକ୍ଷ କରିଛନ୍ତି ଦାମ । ଦାମ କହିଛନ୍ତି ଯେ, ଦେଶରେ ଯେତେସବୁ ପେଟ୍ରୋଲ ପମ୍ପ୍‌ ରହିଛି ସବୁଠି ନରେନ୍ଦ୍ର ମୋଦି, ମହିଳା ଓ ଗ୍ୟାସ ସିଲିଣ୍ଡର ଫଟୋ ରହିଛି ।

ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ଦାମ ସେହି ଉଜ୍ଜଳା ଯୋଜନାର ସିଲିଣ୍ଡର ଏବେ ଜଳୁଛି । ଦରଦାମ କମେଇବା ଓ ବଢେଇବା କେନ୍ଦ୍ର ସରକାରଙ୍କ ଦାଇତ୍ବ । କେନ୍ଦ୍ର ସରକାର ଲୋକଙ୍କ ତେଲ ଲୁଣ ସଂସାରରେ ହାହାକାର ସୃଷ୍ଟି କରିଛନ୍ତି । ତାକୁ ନଜର ନଦେଇ କେବଳ ଦଳୀୟ ପ୍ରଚାରରେ ଲାଗିଛନ୍ତି । ଯାହାର ପ୍ରତିଫଳନ ଏହା ହୋଇଛି । ପେଟ୍ରୋଲିୟମ ସେସ ଯେଉଁ ପରିମାଣର କେନ୍ଦ୍ର ସରକାର ନେଉଛନ୍ତି, ତାହା କମେଇ ଦିଅନ୍ତୁ । ଦର ଆପେ ଆପେ କମିଯିବ । କିନ୍ତୁ ଲୋକଙ୍କ ପ୍ରତି ତାଙ୍କର ପ୍ରୀତି ନାହିଁ ବୋଲି ଦାମ କହିଛନ୍ତି ।

ସେପଟେ ସରକାର ବଢୁଥିବା ଦର ଦାମ ଯୁଦ୍ଧର ପ୍ରଭାବ କହି ନିଜ ଆଡୁ ଖସି ଯିବା ପାଇଁ ପ୍ରୟାସ କରୁଛନ୍ତି ।

Related Posts