
ଋଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ପରସ୍ପର ପରସ୍ପର ଉପରକୁ ଆକ୍ରମଣ କରିବାରେ ଲାଗିଛନ୍ତି । ଗୁରୁବାରଠାରୁ ଋଷ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି । ଋଷ ପକ୍ଷରୁ ସୈନ୍ୟ ଆକ୍ରମଣ କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ଦେଶରେ ମାର୍ସାଲ ଲ ଲାଗୁ କରିଛି ।
ଏଥିସହ ନାଗରିକ ମାନଙ୍କୁ ଦେଶ ଛାଡ଼ି ନ ଯିବା ପାଇଁ ଅପିଲ କରିଛନ୍ତି । ଭୟଭୀତ ନ ହୋଇ ଋଷ ବିରୋଧରେ ଏକତ୍ରିତ ହୋଇ ମୁକାବିଲା କରିବା ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି। । ସେହିପରି ୧୮ରୁ ୬୦ ବର୍ଷ ବ୍ୟକ୍ତିଙ୍କୁ କୁହାଯାଇଛି ଯେ, ସେମାନେ ଦେଶ ଛାଡି ନ ଯାଅ । ୧୮ ରୁ ୬୦ ମଧ୍ୟରେ ଥିବା ସବୁ ୟୁକ୍ରେନ ପୁରୁଷମାନଙ୍କୁ ଦେଶ ଛାଡି ଯିବାରେ ଲଗାଯାଇଛି ପ୍ରତିବନ୍ଧକ । ସୂଚନା ଥାଉକି, ଏହି ପ୍ରତିବନ୍ଧକ ମାର୍ସାଲ ଲ ଲାଗୁ ପର୍ଯ୍ୟନ୍ତ ରହିବ ।
ୟୁକ୍ରେନ ସୀମା ରକ୍ଷକ ସେବା ସୂଚନା ଅନୁାସାରେ ଏହି ପ୍ରତିବନ୍ଧକ ଏଥିପାଇଁ ଲାଗୁ ହୋଇଛି ଯ, କାରଣ ସରକାର ଚାହୁଛନ୍ତି ଦେଶ ସୁରକ୍ଷା ପାଇଁ ସବୁ ପୁରୁଷମାନେ ଆଗେଇ ଆସ । ବର୍ତ୍ତମାନ ଯୁଦ୍ଧ ସମୟରେ ୟୁକ୍ରେନ ସେନାକୁ ସାହାଯ୍ୟ ସହ ଗୁରୁତରଙ୍କ ସହାୟତା କର ବୋଲି ସରକାର ଦେଶବାସୀଙ୍କୁ ଅପିଲ କରିଛନ୍ତି।