ୟୁକ୍ରେନ୍ କୁ ପୁଣି ଖୋଲା ଚେତାବନୀ ଦେଲେ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ: ଆଗକୁ ଭୟଂକର ହେବ ସ୍ଥିତି

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ଆଜିକୁ 11 ଦିନରେ ପହଂଚିଛି । ଋଷ ସେନା ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି । ଯାହାର କଡ଼ା ଜବାବ୍ ଦେଉଛନ୍ତି ଋଷ ସେନା । ଯୁଦ୍ଧର ସ୍ଥିତି ଦିନକୁ ଦିନ ଖରାପ ଆଡ଼କ ଗତିକରୁଛି । ଏହାରି ମଧ୍ୟରେ ଟିଭିରେ ପ୍ରସାରିତ ଏକ ବୈଠକ ସମୟରେ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ୟୁକ୍ରେନକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଯେ, ଯଦି ୟକ୍ରେନ୍ ନିଜକୁ ସଂଶୋଧନ ନ କରୁଛି, ତା’ହେଲେ ଏହାର ଭବିଷ୍ୟତ ବହୁତ ଖରାପ ହେବ ।

ପୁତିନ କହିଛନ୍ତି ଯେ, ୟୁକ୍ରେନ୍ ମାନବିକତାର ଉଲ୍ଲଂଘନ କରିଛି । କାହାରିକୁ ବାହାରକୁ ଯିବାକୁ ଦେଉନାହିଁ । ଏହା ନୂଆ ନାଜି, ଯିଏକି ନାଗରିକଙ୍କ ପଛରେ ଲୁଚିରହିଛି । ସେ ମାନବଙ୍କୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି । ପୁତିନ ୟୁକ୍ରେନ୍‌ରେ ଚାଲିଥିବା ସଂଘର୍ଷ ମଧ୍ୟରେ କହିଛନ୍ତି ଯେ, ପଶ୍ଚିମ ସମକକ୍ଷଙ୍କ ଦାବି ଯେ, ମସ୍କୋ ମଧ୍ୟ କଟ୍ଟରପନ୍ଥୀ । ପୁତିନ ଶନିବାର କହିଛନ୍ତି ଯେ, ରୁଷିଆ ଉପରେ ପଶ୍ଚିମୀ କଟକଟା ଯୁଦ୍ଧ ଘୋଷଣା ସହିତ ସମାନ । ସେ ଚେତାବନୀ ଦେଇଛନ୍ତି ଯେ, ୟୁକ୍ରେନ୍‌ରେ ନୋ-ଫ୍ଲାଇଟ୍ ଜୋନ ଲାଗୁ କରିବା କୌଣସି ପ୍ରକାରର ଉଦ୍ୟମ ଏହି ଉତ୍ତେଜନା ପ୍ରବେଶ ସହିତ ସମାନ ହେବ ।

Related Posts