ଶକ୍ତିଶାଳୀ ହେବ ୟୁକ୍ରେନ୍‌: ବାଇଡେନ୍‌ ଦେବେ ହିମର୍‌ ରକେଟ

ମସ୍କୋ : ଋଷ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ଫେବୃୟାରୀ 24 ରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏଯାବତ୍ ଚାଲୁ ରହିଛି । ତେବେ ଏବେ କିନ୍ତୁ ରୁଷିଆ ସୈନ୍ୟଙ୍କ ପାଇଁ ସମସ୍ୟା ବଢ଼ିବାକୁ ଯାଉଛି ।

ୟୁକ୍ରେନକୁ ଅତ୍ୟାଧୁନିକ ହିମର୍‌ ରକେଟ ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି। ଏହି ରକେଟଗୁଡିକ ଅଧିକ ଦୂର ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହିମର୍‌ ରକେଟ ଦେବାକୁ ଘୋଷଣା କରିବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଏହା ଯୋଗୁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମେୟର ଜେଲେନକ୍ସି ଶକ୍ତିଶାଳୀ ହେବେ। ୟୁକ୍ରେନର ଶକ୍ତି ବୃଦ୍ଧି ପାଇବା ଦ୍ୱାରା ଯୁଦ୍ଧ ସମାପ୍ତି ସମୟକୁ ପୁଣି ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି କରିବ ବୋଲି କୁହାଯାଉଛି।

ସମ୍ପ୍ରତି, ୟୁକ୍ରେନର ପୁନର୍ନିମାଣ ପାଇଁ ଆମେରିକା ୫୪ ବିଲିୟନ ଡଲାର ସହାୟତା ମଞ୍ଜୁର କରିଛି। ଅପରପକ୍ଷରେ ରୁଷିଆର ମୁକାବିଲା ପାଇଁ ଆମେରିକା ୟୁକ୍ରେନକୁ ୭୦୦ ମିଲିୟନ ଡଲାରର ଏକ ଅସ୍ତ୍ର ପ୍ୟାକେଜ ଦେବାକୁ ଯାଉଛି। ଏହା ଅନ୍ତର୍ଗତ ହିମର୍‌ ରକେଟ ମଧ୍ୟ ଦିଆଯିବ। ଏହା ଏକ ହାଇ ସ୍ପିଡ ଆର୍ଟିଲିରି ରକେଟ ସିଷ୍ଟମ, ଯାହା ୮୦ କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁକୁ ବିନାଶ କରିପାରିବାକୁ ସକ୍ଷମ ।

Related Posts