
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ | ଯୁଦ୍ଧ ଭୟଙ୍କର ସ୍ଥିତି ମଧ୍ୟରେ ଗତି କରୁଛି | ଯୁଦ୍ଧକୁ ନେଇ ୟୁକ୍ରେନ ର ସ୍ଥିତି ଜଟିଳ ହୋଇପଡିଛି | ଅନେକ କଟକଣା ପରେ ବି ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି | ୟୁକ୍ରେନ ର ଅନେକ ସହରକୁ ନିଜ ଅଧୀନକୁ ନେଇଛି ରୁଷ | ଏପଟେ ରୁଷ ସେନାଙ୍କ କଡା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା |
ତେବେ ଏହି ଯୁଦ୍ଧରେ ଋଷ ସେନା ପାଇଁ ଚିନ୍ତା ବଢାଇଥିବା ୟୁକ୍ରେନର ଘୋଷ୍ଟ୍ ଅଫ୍ କିଭ୍ ଯୁଦ୍ଧରେ ପ୍ରାଣ ହରାଇଛନ୍ତି । ୪୦ରୁ ଅଧିକ ଶତ୍ରୁ ବିମାନକୁ ମାତ୍ ଦେଇଥିବା ପାଇଲଟ ମେଜର ଷ୍ଟିଫେନ୍ ତାରାବଲକା ଆଉ ନାହାଁନ୍ତି ।
ସୂଚନାନୁସାରେ, ଯୁଦ୍ଧ ବେଳେ ୟୁକ୍ରେନବାସୀଙ୍କୁ ରକ୍ଷା କରୁଥିବା ଏକ ରହସ୍ୟମୟ ମିଗ୍-୨୯ ଫାଇଟର୍ ପ୍ଲେନ୍ ବାବଦରେ ଖବର ପ୍ରସାରଣ ହୋଇଥିଲା । ଏହାକୁ ୟୁକ୍ରେନବାସୀ ଘୋଷ୍ଟ୍ ଅଫ୍ ଦି କିଭ୍ କହିଥିଲେ । ଏହି ବିମାନର ପାଇଲଟ ନିର୍ଭୟ ଭାବେ ଆକାଶରେ ଚକିତ କଲା ଭଳି କାମ କରିଥିଲେ । ସେ ଋଷର ଯୁଦ୍ଧ ବିମାନକୁ ମାରି ଖସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ତେବେ ୪୦ରୁ ଅଧିକ ଋଷର ବିମାନକୁ ଖସାଇଥିବା ଷ୍ଟିଫେନ ଶେଷରେ ପ୍ରାଣ ହରାଇଛନ୍ତି । ଗତ ମାର୍ଚ୍ଚ ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ସେ ଋଷର ଏକ ମିସାଇଲ ଆକ୍ରମଣରେ ପ୍ରାଣ ହରାଇଛନ୍ତି ।
ୟୁକ୍ରେନର ଶୀର୍ଷ ସମ୍ମାନରେ ସମ୍ମାନିତ
ଯୁଦ୍ଧରେ ସହିଦ ହୋଇଥିବା ଷ୍ଚିଫେନଙ୍କ ମୃତ୍ୟୁ ପରେ ୟୁକ୍ରେନବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି । ସମସ୍ତେ ତାଙ୍କ ସାହସକୁ ପ୍ରଶଂସା କରୁଛନ୍ତି । ତାଙ୍କୁ ୟୁକ୍ରେନର ହିରୋ ବୋଲି କୁହାଯାଉଛି । ଦେଶେରଜେନେରାଲ ଷ୍ଟାଫ୍ ଷ୍ଟିଫେନଙ୍କ ଏକ ଫଟୋ ସେୟର କରି ତାଙ୍କୁ ଅର୍ଡର ଅଫ୍ ଦି ଗୋଲଡେନ୍ ଷ୍ଟାରରେ ସମ୍ମାନିତ କରାଯାଇଥିବା କହିଛନ୍ତି ।