UN ରିପୋର୍ଟ : ଅନାହାରର ଗୁରୁତର ପ୍ରଭାବିତ ହୋଇଛି ଉତ୍ତର କୋରିଆ

ଜେନେଭା :  ଉତ୍ତରକୋରିଆକୁ ନେଇ ଜାତିସଂଘ (ୟୁଏନ) ଏକ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ରିପୋର୍ଚର ତଥ୍ୟ ଏବେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ରିପୋର୍ଟରେ ଖାଦ୍ୟାଭାବ ଯୋଗୁ ଏବେ ଉତ୍ତର କୋରିଆରେ ଲୋକେ ଆତ୍ମହତ୍ୟା  କରୁଥିବାର ଭୟାନକ ତଥ୍ୟ ଆସିଛି। ଦୀର୍ଘ ବର୍ଷ ଧରି ବିଶ୍ୱର ନଜର ଆଢୁଆଳରେ ଏକଛତ୍ରବାଦୀଙ୍କ ଶାସନ ଦେଶକୁ କାଙ୍ଗାଳ କରିଦେଇଛି। ଦେଶର ପରିସ୍ଥିତି ଯାହା ଯେମିତି ଥିଲା କୋଭିଡ-୧୯ ମହାମାରୀରେ ସମ୍ପୂର୍ଣ୍ଣ ଦେବାଳିଆ ହୋଇଯାଇଛି।

ୟୁଏନ ସ୍ୱତନ୍ତ୍ର ରିପୋର୍ଟରେ ଉତ୍ତରକୋରିଆ ଆଜି ବିଶ୍ୱରୁ ଯେତେ ପୃଥକ ହୋଇଯାଇଛି ତାହା ଆଗରୁ କେବେବି ହୋଇ ନଥିଲା ବୋଲି ଉଲ୍ଲେଖ କରିଛନ୍ତି। ଦେଶରେ କରୋନା ଯେପରି ପ୍ରକୋପ ନ କରେ ସେଥି ଲାଗି ଏକଛାତ୍ରବାଦୀ ରାଷ୍ଟ୍ରପତି ଗତ ବର୍ଷରୁ ଦେଶର ସବୁ ସୀମାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ସେପଟେ ଦେଶ ଭିତରେ କଟକଣା ମାନବାଧିକାରର ଖୋଲା ଉଲ୍ଲଂଘନ କରୁଛି।

ୟୁଏନଙ୍କ ସ୍ୱତନ୍ତ୍ର ଯାଞ୍ଚକର୍ତ୍ତା ଟମସ୍‌ ଓଜିଆ କ୍ୱିଟାନା ଜାତିସଂଘ ମାନବାଧିକାରକୁ ଦେଇଥିବା ତଦନ୍ତ ରିପୋର୍ଟରେ ଉତ୍ତର କୋରିଆର ଲୋକେ ଗୁରୁତର ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଥିବା ସୂଚିତ କରିଛନ୍ତି। ଲୋକଙ୍କ ଜୀବିକା ଗୁରୁତର ପ୍ରଭାବିତ ହୋଇଥିବା ଯୋଗୁ ପରିସ୍ଥିତି ଜଟିଳ ହୋଇପଡିଥିବା ସେ କହିଛନ୍ତି। ଯେଉଁଥିରେ ଦେଶର ପିଲା ଓ ବୁଢା ଲୋକେ ଅଧିକ ପ୍ରଭାବିତ ହୋଇଥିବାର ରିପୋର୍ଟରେ କୁହାଯାଇଛି। ଏଣୁ ବହୁ ସଂଖ୍ୟାରେ ଲୋକେ ଅନାହାର ମୃତ୍ୟୁର ଏବେ ଶିକାର ହୋଇଛନ୍ତି।

Related Posts