ଅସହ୍ୟ ହେଲା ଋଣବୋଝ: କୀଟନାଶକ ଖାଇ ମା ଓ ପୁଅଙ୍କ ଆତ୍ମହତ୍ୟା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଜେମାଦେଇପେଣ୍ଠ ଗାଁରେ ଘଟିଛି ଏକ ଦୁଖଦ ଘଟଣା | ଏକା ସାଙ୍ଗରେ ଉଠିଛି ଗୋଟିଏ ପରିବାର ଦୁଇ ଜଣଙ୍କ ଶବ | କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି ମା ଓ ପୁଅ | ମୃତକ ମା ହେଲେ ଜି. ରାଣୀ ଓ ପୁଅ ହେଲେ ଜି. ଶ୍ୟାମ।

ଗତକାଲି ରାତିରେ ଉଭୟେ ଆତ୍ମହତ୍ୟା କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ତେବେ ଅଧିକ ଋଣ ବୋଝ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ସ୍ପଷ୍ଟ ସୂଚନା ପ୍ରଦାନ କରୁନାହାନ୍ତି । ଖବରପାଇ ଶେଷଖାଲ ଥାନା ପୁଲିସ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛି ।

ସୂଚନା ଥାଉକି, ଗତକାଲି ରାତିରେ ରାଣୀ ଓ ଶ୍ୟାମ ମିଳିତ ଭାବେ କୀଟନାଶକ ଖାଇଥିଲେ । ଏହା ବିଳମ୍ବରେ ଜଣାପଡିଥିଲା । ଜଣାପଡିବା ପରେ ପରିବାର ବର୍ଗ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ ।

Related Posts