ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ପଡିଲେ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସ। ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ର ଚଢ଼ାଉ । ଏଥି ସହିତ ମାନସଙ୍କ କାର୍ଯ୍ୟାଳୟ ଓ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ରେଡ ଚାଲିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ , ଆଜି ସକାଳୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ଦାସଙ୍କ ସରକାରୀ କାର୍ଯ୍ୟାଳୟ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍। ଖୋର୍ଦ୍ଧାରେ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଇନ୍ସପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ ଏବଂ ଅନ୍ୟାନ୍ୟ ଆସବାବପତ୍ର ଯାଞ୍ଚ କରୁଛି। ଏଥି ସହିତ ଏକ କାଳୀନ ୭ଟି ସ୍ଥାନରେ ରେଡ ଚାଲିଥିବା ସୂଚନା ମିଳିଛି।

Related Posts