୫ଟି ବିଦେଶାଗତ ପକ୍ଷୀଙ୍କ ସହ ଜ଼ଣେ ଶିକାରୀକୁ ଗିରଫ କଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ

ଖୋର୍ଦ୍ଧା : ରାଜ୍ୟର ଆରମ୍ଭ ହୋଇଯାଉଛି ଶୀତର ଆଗମନ । ତା ସାଙ୍ଗକୁ ବିଦେଶୀ ପକ୍ଷୀଙ୍କୁ ଆଗମନ ମଧ୍ୟ ଆରମ୍ଭ ହୋଇଛି। ତେବେ ଏହି ସମୟରେ ସକ୍ରିୟ ହୋଇପଡ଼ିଛନ୍ତି ପକ୍ଷୀ ଶିକାରୀ। ଗତକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଚଢ଼ାଉ କରି ୫ଟି ବିଦେଶାଗତ ପକ୍ଷୀଙ୍କୁ ଜବତ କରିବା ସହ ଜ଼ଣେ ଶିକାରୀକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କାଳୁପଡା ଅଂଚଳର ପ୍ରକାଶ ବେହେରା।

ଚିଲିକାର କାଳୁପଡା ମୁହାଣ ନିକଟରେ ପକ୍ଷୀ ଶିକାର ହେଉଥିବା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ସେଠାରେ ପହଞ୍ଚି ଚଢାଉ କରିଥିଲା। ବନ ବିଭାଗକୁ ଦେଖି ଅନ୍ୟ ଶିକାରୀମାନେ ସେଠାରୁ ଖସି ପଳାଇଯାଇଥିବା ବେଳେ ଜଣେ ଶିକାରୀକୁ ବନ ବିଭାଗ କର୍ମଚାରୀ ଗିରଫ କରିଥିଲେ। ସେମାନେ ଶିକାର କରିଥିବା ୫ଟି ବିଦେଶାଗତ ପକ୍ଷୀଙ୍କ ମୃତଦେହ ଜବତ କରିଥିଲା। ଶିକାରୀ ପ୍ରକାଶ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜର ସୂଚନା ଦେଇଛନ୍ତି।

ଶୀତଦିନରେ ଚିଲିକାକୁ ବିଦେଶାଗତ ପକ୍ଷୀମାନଙ୍କୁ ଆଗମନ ହୋଇଥାଏ। ଏଥିପାଇଁ ବନ ବିଭାଗ ଏକ କ୍ୟାମ୍ପ କରି ପକ୍ଷୀମାନଙ୍କୁ ଶିକାରୀଙ୍କ କବଳରୁ ସୁରକ୍ଷା ଦେଇଥାଏ।

Related Posts