
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପଚରାଉଚରା ବେଳେ ହସିନା ପାର୍କରଙ୍କ ପୁଅ ଅଲିଶାହ ପାର୍କର ଏକ ବଡ଼ ଖୁଲାସା କରିଛନ୍ତି। ତେବେ ଅଲିଶାହ ଇଡିଙ୍କୁ କହିଛନ୍ତି ଯେ ଅଣ୍ଡରୱାର୍ଲ୍ଡ ଡନ୍ ଡାଉଦ ଇବ୍ରାହିମ୍ ପାକିସ୍ତାନର କରାଚିରେ ଅଛନ୍ତି। ଏହା ସହ ସେ କିମ୍ବା ତାଙ୍କ ପରିବାର ଦାଉଦ ଇବ୍ରାହିମଙ୍କ ସହ ଯୋଗାଯୋଗରେ ନାହାଁନ୍ତି । କିନ୍ତୁ ଡାଉଦଙ୍କ ପତ୍ନୀ ମହଜାବିନ ପର୍ବ ସମୟରେ ବେଳେବେଳେ ତାଙ୍କ ପତ୍ନୀ ଏବଂ ଭଉଣୀମାନଙ୍କ ସହ ଯୋଗାଯୋଗ କରନ୍ତି । କେବଳ ଏତିକି ନୁହେଁ ବରଂ ହସେନା ପାର୍କରଙ୍କ ପୁଅ ଅଲିଶାହ ପାର୍କର ଇଡିକୁ କହିଛନ୍ତି ଯେ, “ଦାଉଦ ଇବ୍ରାହିମ ମୋର ମାଆଙ୍କ ସହିତ ୧୯୮୬ ମସିହାରେ ଦକ୍ଷିଣ ମୁମ୍ବାଇର ଡମ୍ବରବାଲା ବିଲ୍ଡିଂର ଚତୁର୍ଥ ମହଲାରେ ରହୁଥିଲେ । ମୁଁ ଅନେକ ଲୋକ ଏବଂ ସମ୍ପର୍କୀୟଙ୍କଠାରୁ ଶୁଣିଛି ଯେ ଡାଉଦ ଇବ୍ରାହିମ୍ କରାଚିରେ ଅଛନ୍ତି । ଅଲିଶାହ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ମାତା ମାମୁଁ (ଦାଉଦ) ଯେତେବେଳେ ସେ ଜନ୍ମ ହୋଇନଥିଲେ ସେତେବେଳେ କରାଚି ଯାଇଥିଲେ ।
ତଥାପି, ବର୍ତ୍ତମାନ ମୁଁ କିମ୍ବା ମୋର ପରିବାର ସଦସ୍ୟ ତାଙ୍କ ସହିତ ଯୋଗାଯୋଗ କରୁନାହୁଁ । ବେଳେବେଳେ ଇଦ୍, ଦିୱାଲୀ ଏବଂ ଅନ୍ୟାନ୍ୟ ପର୍ବ ସମୟରେ ମୋର ମାତା ମାମୁଁ ଡାଉଦ ଙ୍କ ପତ୍ନୀ ମେହଜାବିନ ଏବଂ ମୋ ଭଉଣୀମାନଙ୍କ ସହିତ ଯୋଗାଯୋଗ କରନ୍ତି ବୋଲି କହିଛନ୍ତି । ଅନ୍ୟପଟେ ହାସିନା ପାର୍କରଙ୍କ ପୁଅ ଦେଇଥିବା ବଡ ଖୁଲାସା ଉପରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ୱାଲ୍ସ ପାଟିଲ କହିଛନ୍ତି ଯେ କେନ୍ଦ୍ର ସରକାର ଏହା ଉପରେ କାର୍ୟ୍ୟ କରିବା ଉଚିତ। ଗୃହମନ୍ତ୍ରୀ ୱାଲସେ ଆହୁରି ମଧ୍ୟ କହିଛନ୍ତି ଯେ ଏପର୍ୟ୍ୟନ୍ତ ଆମେ ତାଙ୍କ ଅବସ୍ଥାନ ଜାଣି ନାହୁଁ, କିନ୍ତୁ ବର୍ତ୍ତମାନ ଡାଉଦ କେଉଁଠାରେ ଅଛନ୍ତି ତାହା ସ୍ପଷ୍ଟ ହୋଇଛି । ତେବେ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।