
ପୁରୀ: ରକ୍ତ ସମ୍ପର୍କରେ ରକ୍ତର ଛିଟା । ଜନ୍ମକଲା ମାଆକୁ ହାଣିଲା ପୁଅ | ଫଳରେ ପୁଅ ର କଟୁରୀ ଚୋଟରେ ଚାଲିଗଲା ମା ର ଜୀବନ | ଏଥିସହ ପରିବାରର ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି | ପୁରୀ ବାଲିଘାଟ ସୁଭଦ୍ରା ନଗରରେ ଘଟିଛି ଏହି ଅଭାବନୀୟ ଘଟଣା | ମୃତକ ଜଣଙ୍କ ହେଉଛନ୍ତି ବୁନିଲତା ଦୀକ୍ଷିତ ।
ତେବେ ପରିବାରର ଅନ୍ୟ ଚାରି ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସଂପର୍କରେ ସୂଚନା ପାଇଁ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପୁରୀର ଅତିରିକ୍ତ ଏସ୍ପି ଓ ଅନ୍ୟାନ୍ୟ ଅଧିକାରୀ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପାରିବାରିକ କଳହରୁ ଏହି ବର୍ବରକାଣ୍ଡ ଘଟିଥିବା କୁହାଯାଉଛି । ଏହି ଘଟଣା ଏବେ ପୁରୀ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।