ମହାନଦୀରୁ ଅଜଣା ଶବ ଉଦ୍ଧାର: ପୋଲିସର ତଦନ୍ତ ଆରମ୍ଭ

ବୌଦ୍ଧ : ମହାନଦୀରୁ ଉଦ୍ଧାର ହେଲା ଅଜଣା ଶବ । ବୌଦ୍ଧ ସହର ମର୍ଯାକୁଦ ପୋଲ ନିକଟରେ ଏକ ଅଜଣା ଶବ ଭାସୁଥିବାର ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବ ଉଦ୍ଧାର କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ସକାଳ ସମୟରେ ସହରର କିଛି ଲୋକେ ପ୍ରାତଃ ଭ୍ରମଣ କରୁଥିବା ବେଳେ ପୋଲ ତଳେ ଏକ ମୃତଦେହ ଭାସୁଥିବା ଦେଖିଥିଲେ । ଏହାପରେ ତୁରନ୍ତ ବୌଦ୍ଧ ପୋଲିସକୁ ଖବର ଦେଇଥିଲେ । ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । କିନ୍ତୁ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ତେବେ ମୃତଦେହଟି ଅନ୍ୟ କେଉଁ ସ୍ଥାନରୁ ଭାସି ଆସିଥିବା ସନ୍ଦେହ କରାଯାଉଛି । ଏହା ହତ୍ୟା ହତ୍ୟା ନା ଆତ୍ମହତ୍ୟା । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Related Posts