ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ସୋମବାର ମଧ୍ୟାନ ପାଖାପାଖି ନିର୍ମଳା ସୀତାରମଣଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି ।
ଖବର ଅନୁସାରେ, ନିର୍ମଳାଙ୍କୁ ଆଜି ଦିନ ୧୨ଟାରେ ଦିଲ୍ଲୀ ଏମ୍ସର ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଛି । ତେବେ ୬୩ ବର୍ଷୀୟ ନିର୍ମଳାଙ୍କୁ ସ୍ୱାସ୍ଥ୍ୟଗତ ଅସୁବିଧା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ କୌଣସି ତଥ୍ୟ ଜଣାପଡ଼ିନାହିଁ ।